Below header

ଆଲିଆ ଭଟ୍ଟ ଓ ରଣବୀରଙ୍କ ସରିଛି ବିବାହ ! ଅଭିନେତ୍ରୀ କହିଲେ ମୁଁ କେବେଠୁ ରଣବୀରଙ୍କୁ ବିବାହ କରିସାରିଛି

ବର୍ତ୍ତମାନ ବଲିଉଡ଼ରେ ଅନେକ ଯୋଡି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଆଗକୁ ମଧ୍ୟ ଅନେକ ସେଲିବ୍ରେଟି ପ୍ଳାନିଂ କରୁଛନ୍ତି ବାହା ହେବା ପାଇଁ। କିନ୍ତୁ ଏହାରି ଭିତରେ ସମସ୍ତେ ଅପେକ୍ଷା କରିଛନ୍ତି ଆଲିଆ ଭଟ୍ଟ ଓ ରଣବୀରଙ୍କ ବିବାହକୁ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଦୁଇ ଲଭ୍ ବାର୍ଡଙ୍କ ବିବାହ କେବେଠୁ ସରିଛି। ହୁଏତ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବ ପ୍ରଶଂସକଙ୍କ ମନରେ କିନ୍ତୁ ଅଭିନେତ୍ରୀ ଆଲିଆ କହିଛନ୍ତି ଯେ କେବେଠାରୁ ରଣବୀରଙ୍କୁ ନିଜ ମନେ ମନେ ବିବାହ କରିସାରିଛନ୍ତି।

alia and ranbir
Picture Credit -Pinkvilla

ତେବେ ନିଜ ବିବାହକୁ ନେଇ ରଣବୀରଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆଲିଆଙ୍କୁ ବିବାହ କରିସାରନ୍ତେଣି କିନ୍ତୁ କରୋନା ମହାମାରୀ ହେତୁ ସେମାନେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତେବେ ଏଥିରୁ ଜଣା ପଡୁଛି ଆଲିଆଙ୍କୁ ବାହା ହେବା ପାଇଁ ସେ କେତେ ଆଗ୍ରହୀ।

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଦେଖିବା ପାଇଁ ତାଙ୍କ ପ୍ରଶଂସକ ଅନେକ ଦିନରୁ ଅପେକ୍ଷା କରିଛନ୍ତି। ତେବେ ରଣବୀରଙ୍କୁ ମନେ ମନେ ବିବାହ କରିବା କଥା ଆଲିଆ କହିବା ପରେ ତାଙ୍କ ପ୍ରସଂଶକ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। କାରଣ ଏହା ତାଙ୍କ ଭଲପାଇବାକୁ ବୁଝାଉଛି । ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲରେ ଉଭୟଙ୍କ ବିବାହ ନିଶ୍ଚିତ ହୋଇଛି। ଏମାନଙ୍କ ଆଗାମୀ ଫିଲ୍ମରେ ବ୍ରହ୍ମାସ୍ତ୍ରରେ ରଣବୀର-ଆଲିଆଙ୍କୁ ଏକାଠି ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.