ଗାଧୋଇବା ପରେ ଆପଣ ବି ଟାୱେଲ ପିନ୍ଧୁଛନ୍ତି କି! ଜାଣନ୍ତୁ ଏହାର ଭୟଙ୍କର କୁପରିଣାମ ବିଷୟରେ…

ଗାଧୋଇସାରିବା ପରେ ପ୍ରାୟତଃ ସମସ୍ତେ ଟାୱେଲ ପିନ୍ଧି ବାହାରକୁ ଆସିଥାନ୍ତି। କିଛି ଲୋକ ଗାଧୋଇ ସାରି ତୁରନ୍ତ ଡ୍ରେସ୍‌ ବଦଳାଇ ନିଅନ୍ତି ତ ଆଉ କିଛି ଦୀର୍ଘ ସମୟ ଯାଏଁ ସେମିତି ଓଦା ଟାୱେଲ ପିନ୍ଧି ବୁଲୁଥାନ୍ତି। ବୋଧେ କମ୍‌ ଲୋକ ଜାଣିଥିବେ ଯେ ଏମିତି ଓଦା ଟାୱେଲ ପିନ୍ଧି ଦୀର୍ଘ ସମୟ ରହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଅନେକ ରୋଗକୁ ଡାକି ଆଣେ। ତଉଲିଆରେ ଥିବା ବ୍ୟାକ୍ଟେରିଆ ଆପଣଙ୍କ ଶରୀରର କ୍ଷତି କରିଥାଏ। ଏଣୁ ଅଧିକ ସମୟ ତଉଳିଆ ପିନ୍ଧୁଥିଲେ ଏବେ ସତର୍କ ରୁହନ୍ତୁ। ତେବେ ଆସନ୍ତୁ ଜାଣିବା ଓଦା ତଉଳିଆ ପିନ୍ଧିବାର କ୍ଷତି ସମ୍ପର୍କରେ…

ଆମେରିକାର ୟୁନିଭର୍ସିଟି ଅଫ୍‌ ଅରିଜୋନାରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ, ଟୟଲେଟ୍‌ରେ ଥିବା ବ୍ୟାକ୍ଟେରିଆଙ୍କ ଭଳି ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆ ତଉଲିଆରେ ବି ରହିଥାନ୍ତି। ଏହି ବ୍ୟାକ୍ଟେରିଆ ଅନେକ ରୋଗଙ୍କୁ ଡାକି ଆଣନ୍ତି। ଏହି ଅପରିଷ୍କାର ତଉଲିଆ ଯୋଗୁ ଫୁଡ୍‌ ପଏଜନିଂ ଓ ଡାଇରିଆର ଆଶଙ୍କା ବଢ଼ିଯାଏ।

ରିସର୍ଚ୍ଚ ମୁତାବକ, ତଉଲିଆ ଅଧିକ ସମୟ ଯାଏଁ ଓଦା ରହେ। ଫଳରେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି। ଏହି ଓଦା ତଉଲିଆକୁ ଅଧିକ ସମୟ ପିନ୍ଧିଲେ ବ୍ୟାକ୍ଟେରିଆ ଶରୀର ଭିତରକୁ ଚାଲିଯାଆନ୍ତି। ଫଳରେ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଯାଏ। ଏଣୁ ଏକ୍ସପର୍ଟ ପରାମର୍ଶ ଦିଅନ୍ତି ଯେ ଗାଧୋଇ ସାରିବା ପରେ ଓଦା ତଉଲିଆକୁ ବଦଳାଇ ଚିପୁଡ଼ିକି ଖରାରେ ଶୁଖାଇ ଦିଅନ୍ତୁ। ଏହା ଦ୍ୱାରା ବ୍ୟାକ୍ଟେରିଆ ଶରୀରକୁ ଯିବା ସୁଯୋଗ ପାଇବେ ନାହିଁ।

ସେହିପରି ରୋଗରୁ ମୁକ୍ତି ପାଇଁ ଆଉ କାହାର ତଉଲିଆ ବ୍ୟବହାର କରିବାରୁ ବିରତ ରୁହନ୍ତୁ। ଏହା ଦ୍ୱାରା ଅନ୍ୟମାନଙ୍କ ଶରୀରର ରୋଗ ଆପଣଙ୍କୁ ବି ବ୍ୟାପିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.