ନଡିଆ ସଢେଇର ମୂଲ୍ୟ ୨୦୦୦ଟଙ୍କା ! ଅନଲାଇନ ଚାଲିଛି କିଣାବିକା

ଆଗକୁ ଆସୁଛି ଖରାଦିନ । ପଇଡ ପାଣି ତ ନିଶ୍ଚୟ ପିଉଥିବେ । କିନ୍ତୁ ଯେତେବେଳେ ଆପଣ ନଡିଆ ଖାଉଥିବେ ଦେଖିଥିବେ ତା ଉପରେ ଏକ କଠିନ ସ୍ତ ରହିଛି, ଯେଉଁଥିରେ ନଡିଆ ଥାଏ । ଏହି ହାର୍ଡ ଲେୟାରକୁ ନଡିଆ ସେଲ କୁହାଯାଏ । ଲୋକେ ନଡିଆ ଖାଇବା ପରେ ଏହାକୁ ଫୋପାଡି ଦିଅନ୍ତି । କିନ୍ତୁ ବଜାରରେ ଏହାର ଢେର ଚାହିଦା । ବର୍ତ୍ତମାନ ଏହା ମହଙ୍ଗା ମୂଲ୍ୟରେ ବିକ୍ରି ହେଉଛି । ଅନେକ ବିଦେଶୀ ସାଇଟ ଏହାକୁ ବିକ୍ରି କରୁଛନ୍ତି ଅନଲାଇନରେ । କିନ୍ତୁ ଜାଣନ୍ତି କି ଏହାର ବ୍ୟବହାର କଣ । କାହିଁକି ଏହାକୁ ଏତେ ମହଙ୍ଗାରେ ବିକ୍ରି କରାଯାଉଛି ।

ଅନଲାଇନରେ ବିକ୍ରି ହେଉଛି ନଡିଆ ସେଲ । ଯାହା ୧୦୦ରୁ ୩୦୦ଟଙ୍କା ଯାଏଁ ଉପଲବ୍ଧ ହେଉଛି । ଏମିତିକି କେଜି ଆକାରରେ ବିକ୍ରି ହେଉଛି ନଡିଆ ସେଲ । ଏହା ସହ ବିଦେଶୀ ସାଇଡରେ ୨୧ଡଲାର ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଏବଂ ଏହାକୁ ପରିବହନ ପାଇଁ ୧୦ଡଲାର ଯାଏଁ ମଧ୍ୟ ନିଆଯାଉଛି । ଅର୍ଥାତ ୩୧ଡଲାର ମାନେ ଆପଣଙ୍କୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ ।

କହିରଖୁଛୁ ବର୍ତ୍ତମାନ ନଡିଆର ସେଲ ଗୁଡିକ ଏକ ପାତ୍ର ଭାବରେ ବ୍ୟବହୃତ ହେଉଛି । ଅନେକ ଏହାକୁ ଟ୍ରେ ଭାବରେ ବ୍ୟବହାର କରୁଛନ୍ତି । ଏହାକୁ କୌଣସି ଜିନିଷ ପରିବେଷଣ କଲାବେଳେ କାମରେ ଲଗାଯାଇପାରୁଛି । ଶେଲ ଗୁଡିକରେ ଜିଡାଇନ ହୋଇଛି ଏବଂ ଏହା ସାଜସଜ୍ଜା ଭାବରେ ମଧ୍ୟ ବ୍ୟବହୃତ ହୁଏ । ଏହା ଉଦ୍ଭିଦ ଲଗାଇବା ପାଇଁ କେତେକ ନେଇଥାନ୍ତି । ଫଳରେ ଏଗୁଡିକର ଚାହିଦା ବୃଦ୍ଧି ହେବା ସହିତ ସମସ୍ତଙ୍କ ମନ ମୋହୁଛି ଏହି ନଡିଆ ସେଲ । ଯାହା ଏବେ ମହଙ୍ଗା ମୂଲ୍ୟରେ ବିକ୍ରି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.