ବିବାହକୁ ନେଇ କିଛି କହିପାରିବିନି, ମୁଁ ଏବେ ବ୍ୟସ୍ତ : କରନଙ୍କୁ ପଚାରନ୍ତୁ କହିଲେ ତେଜସ୍ୱୀ

ବିଗବସ ସିଜନ ୧୫ର ଫେମ ତେଜସ୍ୱୀ, କରନ ଏବେ ପୁଣିଥରେ ଚର୍ଚ୍ଚାରେ । କାରଣ ଦୁହିଁଙ୍କର ରୋମାଣ୍ଟିକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିପାଇଁ ଫ୍ୟାନ୍ସମାନେ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ନିକଟରେ କରନ କୁନ୍ଦ୍ରାଙ୍କୁ ତେଜସ୍ୱୀଙ୍କ ବିଷୟରେ ପଚରାଯାଇଥିଲା ଯେଉଁଥିରେ ସେ କହିଛନ୍ତି ଯେ ସେମାନଙ୍କୁ ଏବେ ଅଧିକ ସମୟ ମିଳୁନାହିଁ । ଆମେ ପରସ୍ପର ସହ ଭଲ ମୁହୂର୍ତ୍ତ ବିତାଇବାକୁ ସମୟ ମଧ୍ୟ ପାଉନାହୁଁ । ଆମେ ପରସ୍ପର ସହ ଅଭ୍ୟସ୍ତ ହୋଇସାରିଛୁ । ୪ମାସ ଏକାଠି ରହିବା, ଖାଇବା, କାନ୍ଦିବା, ହସିବା, ଏମିତିକି ଏକାଠି ଜିତିବା ଆଉ ହାରିବା ଭିତରେ ହଠାତ ଅଲଗା ହେବା । ଏହା ଏକ ଶୋ ଅଟେ ।

ଦେଖିବାକୁ ଗଲେ ଆମେ ଦୁହେଁ ଦୁହିଁଙ୍କ ଜୀବନରେ ଏବେ ବ୍ୟସ୍ତ । ପରସ୍ପର ସହ ୨ରୁ ୩ଘଣ୍ଟା ପାଇପାରୁଛୁ । ଆପଣଙ୍କୁ ଅନେକ କିଛି କହିବାର ଅଛି । ମୁଁ ପୂର୍ବରୁ ଏମିତି କେବେ ଅନୁଭବ କରିନାହିଁ । ପରସ୍ପର ସହ ଯୋଗାଯୋଗ କରିବା ଆମର ଜୀବନକୁ ଆଗକୁ ବଢାଉଛି । ଆମର ଜୀବନ ସୁନ୍ଦର ଭାବରେ ଗତି କରୁଛି । ମୁଁ ତାଙ୍କ ପିତାମାତାଙ୍କ ସହ କିଛି ସମୟ ବିତାଇଛି ସେ ମଧ୍ୟ ମୋ ଘରକୁ ଆସି ସମୟ ବିତାଇବା ସହ ଡିନରରେ ସାମିଲ ହୋଇଥିଲେ । ତେଣୁ ଆମକୁ କିଛି ସମୟ ଦରକାର ବୋଲି କହିଛନ୍ତି କରନ ।

ଏପଟେ ତେଜସ୍ୱୀ କହିଛନ୍ତି ଯେ ସେ ନିଜ କାମରେ ବ୍ୟସ୍ତ ଅଛନ୍ତି । ତେଣୁ ବିବାହକୁ ନେଇ ଯାହା ବି ପ୍ରଶ୍ନ ରହିଛି କରନ ସେ କଥାର ଉତ୍ତର ଦେଇପାରିବେ । ତେଜସ୍ୱୀ ବିବାହକୁ ନେଇ ସମସ୍ତ କଥା ତାଙ୍କ ଉପରେ ଛାଡିଥିବା କହିଛନ୍ତି । ଏଯାଏ ତେଜସ୍ୱୀ କୌଣସି ଉତ୍ତର ସେ ସମ୍ବନ୍ଧରେ ଦେଇପାରିବେ ନାହିଁ ବୋଲି କହିବା ସହ କରନଙ୍କ ସହ କଥା ହେବାକୁ ଇସାରା ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.