Below header

ପୁଣି ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ: ଜଣେ ହେଲେ ଗଜପତି ନୂଆଗଡ BEO ଓ ଅନ୍ୟଜଣେ କଟକ ଜିଲ୍ଲାପାଳଙ୍କ ଅଫିସର ରେକର୍ଡ ସେକ୍ସନ କିରାଣୀ 

କଟକ(କେନ୍ୟୁଜ୍): ଗଜପତି ଭିଜିଲାନ୍ସ ଜାଲରେ ନୂଆଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକଙ୍କ ଠାରୁ ଏରିୟର ଟଙ୍କା କରାଇଦେବାକୁ ନେଉଥିଲେ ୩୦ ହଜାର ଟଙ୍କାର ଲାଞ୍ଚ । ଏତିକି ବେଳେ ନୂଆଁଗଡ ବିଇଓ ବ୍ରଜ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସର ଦୁଇଟି ଟିମ୍‌ ପାରଳାଖେମୁଣ୍ଡି ସ୍ଥିତ ବାସଭବନ ଓ ନୂଆଁଗଡ ସ୍ଥିତ ବିଇଓ କାର୍ଯ୍ୟାଳୟରେ ଚଢଉ କରିଛି ।

ସେହିପରି  ୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ କିରାଣୀ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ସେକ୍ସନ କିରାଣୀ କାଶୀନାଥ ଦାସ । ଏକ ଜମିର ରେକର୍ଡ ଯୋଗାଇ ଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କାଶୀନାଥଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ଭିଜିଲାନ୍ସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.