Below header

ହନୁମାନଙ୍କ ଭକ୍ତଙ୍କ ଉପରେ ଶନିଦେବଙ୍କ ରହିଥାଏ ବିଶେଷ ଆଶିର୍ବାଦ, ଶନିଦୋଷରୁ ମୁକ୍ତି ପାଇଁ ଏଭଳି କରନ୍ତୁ ପୂଜା

ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ କଥା ଏବଂ ଜ୍ଯୋତିଷ ମୁତାବକ ଶନିଙ୍କୁ ନ୍ଯାୟର ଦେବତା କୁହାଯାଏ।ଏହି ଦିନରେ ପୂଜା କରିବା ଫଳରେ ଶନି ଦୋଷ ପ୍ରଭାବରୁ ମୁକ୍ତି ମିଳିଥାଏ। ଏହାଛଡା ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ପୂଜା କରିବା ଫଳରେ ହନୁମାନ ଭକ୍ତଙ୍କୁ ଶନି ଦୋଷରୁ ମୁକ୍ତି ମିଳିଥାଏ। ମାନ୍ଯତା ଅନୁସାରେ ହନୁମାନ ଭକ୍ତଙ୍କ ଉପରେ ଶନିଙ୍କ ପ୍ରଭାବ ପଡେ ନାହିଁ। କୁହାଯାଏ, ହନୁମାନଙ୍କ ଭକ୍ତ ଉପରେ ଶନିଦେବ ସବୁବେଳେ ଆଶୀର୍ବାଦ ପ୍ରଦାନ କରନ୍ତି।

ବିଶ୍ୱାସ କରାଯାଏ ଯେ ଭଗବାନ ରାମଚନ୍ଦ୍ର ପୃଥିବୀ ପୃଷ୍ଠରେ ନିଜର ଉଦ୍ଦେଶ୍ୟ ପୂରଣ କରିବା ପରେ ବୈକୁଣ୍ଠ ଧାମକୁ ଚାଲି ଯାଇଥିଲେ। କିନ୍ତୁ ଭକ୍ତଙ୍କ ଇଚ୍ଛା ପୂରଣ କରିବା ଏବଂ ଧର୍ମର ସୁରକ୍ଷା ପାଇଁ ପ୍ରଭୁ ରାମଚନ୍ଦ୍ର ହନୁମାନଙ୍କୁ ଅମର ବର ଦେଇ ପୃଥିବୀରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶ୍ୱାସ କରାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ସବୁ ଦିଗରୁ ଅସୁବିଧାରେ ପଡିଥାଏ । କିମ୍ବା ସେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କୌଣସି ଉପାୟ ଖୋଜି ପାରେ ନାହିଁ, ସେହି ସମୟରେ ସେ ହନୁମାନଙ୍କ ଆଶ୍ରୟ ନେଇଥାଏ।

hanuman
pc: pinterest

ମାନ୍ଯତା ଅନୁଯାୟୀ ଶନିବାର ଦିନ ହନୁମାନଙ୍କ ପୂଜା କରିବା ଦ୍ବାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ଏବଂ ଶନି ଦୋଷରୁ ମୁକ୍ତି ମିଳିଥାଏ। ହନୁମାନଙ୍କ କୃପାରୁ ଶନିଙ୍କ ଅଶୁଭ ପ୍ରଭାବ ପଡିବ ନାହିଁ। ହନୁମାନଙ୍କ କୃପା ପାଇବା ଦ୍ବାରା ଭକ୍ତ ଏହି ସରଳ ଉପାୟ କରିବା ଉଚିତ।

-ହିନ୍ଦୁ ଧର୍ମରେ ଦୁଃଖ ଏବଂ କଷ୍ଟରୁ ମୁକ୍ତି ପାଇବା ପାଇଁ ମନ୍ତ୍ର ଜପ କରିବାର ବିଶେଷ ମହତ୍ତ୍ବ ରହିଛି। ଶନି ଦୋଷରୁ ମୁକ୍ତି ପାଇଁ ପାଇଁ ହନୁମାନ ମନ୍ତ୍ର ଜପ କରନ୍ତୁ।

-ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କ ପୂଜା କରନ୍ତୁ। ଏହାଛଡା ଭକ୍ତ ହନୁମାନଙ୍କ ପୂଜା ପ୍ରତିଦିନ କରିବା ଉଚିତ। ଯେଉଁ ଭକ୍ତ ହନୁମାନଙ୍କ ପୂଜା ପ୍ରତିଦିନ କରେ , ତା ଉପରେ ଶନି ଦୋଷ ପ୍ରଭାବ ପଡେ ନାହିଁ। ଶନିବାର ଦିନ ହନୁମାନଙ୍କ ସମ୍ମୁଖରେ ଦୀପ ନିଶ୍ଚିତ ଲଗାନ୍ତୁ।

pc: devbhumi kirror

-ପ୍ରତିଦିନ ହନୁମାନ ଚାଳିଶା ନିୟମିତ ପାଠ କରନ୍ତୁ। ଏମିତି କଲେ ଶନି ଦୋଷରୁ ମୁକ୍ତି ମିଳିବ।

-ସୁନ୍ଦରକାଣ୍ଡ ପାଠ କରିବା ଦ୍ବାରା ମଧ୍ୟ ଶନି ଦୋଷର ପ୍ରଭାବ କମ ହୁଏ। ପ୍ରତି ଶନିବାର ଦିନ ସୁନ୍ଦରକାଣ୍ଡ ନିୟମିତ ପାଠ କରିବା ଦ୍ବାରା ଭକ୍ତଙ୍କ ଉପରୁ ଶନି ଦୋଷ ପ୍ରଭାବ ରହେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.