Below header

ସତରେ ବିଶ୍ୱସ୍ତ! ମାଲିକର କବର ଛାଡ଼ି ଯାଉ ନାହିଁ କୁକୁର, କାନ୍ଦି କାନ୍ଦି ସପ୍ତାହେ ହେଲା ବସିଛି ଅପେକ୍ଷାରେ

ଆମେ ସମସ୍ତେ ଜାଣୁ ଯେ କୁକୁର ଏକ ବିଶ୍ୱସ୍ତ ଜୀବ। ଥରେ ଯିଏ କୁକୁରକୁ ଖାଇବାକୁ ଦେଇଥିବ କିମ୍ବା ସ୍ନେହ ଦେଇଥିବ ସେ ଜୀବନ ସାରା ତା’ର ବିଶ୍ୱସ୍ତ ହୋଇ ରହିଥାଏ। କେବେ ବି ଛାଡ଼ି ଯାଏ ନାହିଁ। ଏବେ ସେଭଳି ଏକ ବିଶ୍ୱସ୍ତ କୁକୁର ସାମ୍ନାକୁ ଆସିଛି ସେନ୍‌ ଜୁଆନ୍‌ର ରାଜଧାନୀ ପ୍ୟୁର୍ଟୋ ରିକାନ୍‌ଠାରେ। ଏଠାରେ ଏକ କୁକୁର ମାଲିକର ମୃତ୍ୟୁ ପରେ ବି ସେ ରହୁଥିବା ସ୍ଥାନରେ ଜଗି ବସିଛି। ଖାଇବା ପିଇବା ଛାଡ଼ି କୁକୁରଟି ନିଜ ମାଲିକର ଫେରିବା ବାଟକୁ ଚାହିଁ ବସିଛି। କିନ୍ତୁ ସେ ଜାଣି ନାହିଁ ଯେ ମାଲିକ ଆଉ ଫେରିବ ନାହିଁ। ସେ ଏବେ ଆର ପାରିକୁ ଚାଲି ଯାଇଛନ୍ତି।

ରିପୋର୍ଟ ମୁତାବକ, ଏହି କୁକୁରର ନାଁ ହେଉଛି ଲିଓ। ଲିଓକୁ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଖାଇବାକୁ ଦେଇ ପୋଷିଥିଲେ। ସେ କୁକୁରର ଯତ୍ନ ନେଉଥିଲେ। ତାଙ୍କ ନିଜ ପାଖରେ ରହିବାକୁ ଘର, ଖାଇବାକୁ ଖାଦ୍ୟ ନଥିଲେ ବି ସେ କୁକୁର ପ୍ରତି କେବେ ବି ହେଳା କରୁନଥିଲେ। ଏହି କାରଣରୁ କୁକୁରଟି ମାଲିକକୁ ଖୁବ୍‌ ଭଲ ପାଉଥିଲା ଓ ବିଶ୍ୱସ୍ତ ହୋଇ ରହିଥିଲା। କୁକୁରର ମାଲିକ ଏକ ବେଞ୍ଚ୍‌ରେ ରହୁଥିଲା ଓ କୁକୁରଟି ବେଞ୍ଚ୍‌ ତଳେ ଶୋଉଥିଲା। କିଛି ଦିନ ତଳେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଫଳରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କବର ଦିଆଯାଇଛି। କିନ୍ତୁ କୁକୁରଟି ତାହା ବୁଝିପାରୁନାହିଁ। ସେ ମାଲିକ ଫେରିବ ଭାବି ସେହି ବେଞ୍ଚ୍‌ ପାଖରେ ସପ୍ତାହ ହେଲାଣି ପଡ଼ି ରହିଛି। କିଏ କିଛି ଦେଲେ ଖାଉନି କି ଡାକିଲେ ଯାଉନି।

dog

ମେଡିକାଲ ସାମ୍ନାରେ ପଡ଼ିଥିବା ଏହି ବେଞ୍ଚ୍‌ ପାଖରେ କୁକୁରଟି ଅଖିଆ ଅପିଆ ପଡ଼ିଥିବା ଦେଖି ହସ୍ପିଟାଲର ଜଣେ ଡାକ୍ତର ଜଣେ ପଶୁ ଡାକ୍ତରଙ୍କୁ ଖବର ଦେଇଥିଲେ। ଲିଓର ଗୋଟିଏ ଗୋଡ଼ ଖଣ୍ଡିଆ ହୋଇଯାଇଛି। ତେଣୁ ସେ ଚଲାବୁଲା କରିପାରୁନାହିଁ। ଏଣୁ ପଶୁ ଡାକ୍ତର ତାର ଚିକିତ୍ସାପାଇଁ ତାଙ୍କୁ ଡାକ୍ତରଖାନା ନେବାକୁ ଚାହିଁଥିଲେ। କିନ୍ତୁ କୁକୁରଟି ନିଜ ସ୍ଥାନରୁ ଆଦୌ ହଲି ନଥିଲା। ଫଳରେ ତା’ ଚିକିତ୍ସା ସମ୍ଭବ ହୋଇପାରି ନାହିଁ। କିନ୍ତୁ ହସ୍ପିଟାଲର ଡାକ୍ତର ଜଣକ ନିଜ ଆଡ଼ୁ କୁକୁରର ଯତ୍ନ ନେଉଛନ୍ତି ଓ ତା’ ଖାଇବା ପିଇବା କଥା ବୁଝୁଥିବା କହିଛନ୍ତି। ତେବେ ଏହି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.