Below header

୧୫ କୋଟି ବର୍ଷ ପୂର୍ବେ ବି ଥିଲା ଥଣ୍ଡା ଓ ସର୍ଦ୍ଦି, ଡାଏନାସୋର ବି ଛିଙ୍କୁଥିଲେ ଓ କାଶୁଥିଲେ ବୋଲି ଗବେଷଣାରୁ ଜଣାପଡ଼ିଲା

କୋଟି କୋଟି ବର୍ଷ ପୂର୍ବରୁ ରହିଥିଲା ଥଣ୍ଡା, କାଶ,ଜର ଓ ଛିଙ୍କ । ଏହା କୌଣସି ନୂଆ ବା ଆଧୁନିକ ରୋଗ ନୁହେଁ । କୋଟି କୋଟି ବର୍ଷ ପୂର୍ବରୁ ଏହା ଥିଲା, ଶ୍ୱାସ ନଳୀ ଓ ଫୁସଫୁସ ସଂକ୍ରମଣ ହେଉଥିଲା ବୋଲି ପ୍ରଥମ ଥର ପାଇଁ ଗବେଷକମାନେ ପ୍ରକାଶ କରିଛନ୍ତି ।

କରୋନାକୁ ନେଇ ଏବେ ଯେଉଁ ଭୟ ଓ ଆତଙ୍କ ଜାରି ରହିଛି । ଏ ପରିପ୍ରେକ୍ଷୀରେ ଗବେଷକମାନେ କହିଛନ୍ତି ଯେ କରୋନା ଲକ୍ଷଣ ସମ୍ପର୍କିତ ଥଣ୍ଡା, କାଶ,ଜର ଓ ଫୁସଫୁସ ସଂକ୍ରମଣ କୋଟି କୋଟି ବର୍ଷ ପୂର୍ବରୁ ରହିଥିଲା । ସେତେବେଳେ ଡାଏନାସୋର ବି ଥଣ୍ଡା,କାସ,ଜରରେ ସଂକ୍ରମିତ ହେଉଥିଲେ ।

dianosaur
P.C : aajtak.in

ମୋଟାନାର ମାଲଟା ସ୍ଥିତ ଗ୍ରେଟ ପ୍ଲେନସ ଡାଏନାସୋର ମ୍ୟୁଜିୟମରେ ପୋଲିୟୋଣ୍ଟୋଲୋଜିର ନିର୍ଦ୍ଦେଶକ ଡା. କେରୀ ବୁଡରଫ କୁହନ୍ତି ଯେ ଜୁରାସିକ ସମୟର ଏକ ବୃହତକାୟ ଡାଏନାସୋର ବେକ ଯାଞ୍ଚ କରିବା ପରେ ଏହି ତଥ୍ୟ ଦେଇଥିଲେ । କେରୀ ଓ ତାଙ୍କର ଟିମ ଡାଏନାସୋର ବେକ ହାଡରେ ଏକ କୋବି ଭଳି ଆକୃତି ଦେଖିଥିଲେ ।

ଏହା ଉପରେ ଗବେଷଣା କରି ଜାଣିବାକୁ ପାଇଥିଲେ ଯେ ଏହା ଥଣ୍ଡା ଓ ରେସପିରୋଟେରୀ ସଂକ୍ରମଣରୁ ହୋଇଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ଆଧୁନିକ ପକ୍ଷୀଙ୍କ ବେକରେ ମଧ୍ୟ ଏପରି ଦେଖିବାକୁ ମିଳେ ଯାହା ଥଣ୍ଡା ଓ ଶ୍ୱାସ ସମ୍ପର୍କିତ ସଂକ୍ରମଣରୁ ଦେଖିବାକୁ ମିଳିଥାଏ । ଏହା ଆଜିକାଲି ସାମାନ୍ୟ କଥା ।

ଗବେଷଣାରୁ ଆହୁରି ଜଣାପଡ଼ିଥିଲା ଯେ ଡାଏନାସୋରକୁ ଅଲଗା ଅଲଗା ରୋଗ ମଧ୍ୟ ହେଉଥିଲା । ଏମାନଙ୍କୁ ଫୁସ ଫୁସ ସମ୍ପର୍କିତ ରୋଗ ମଧ୍ୟ ହେଉଥିଲା । ଏମାନଙ୍କୁ ଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା । ତେଣୁ ଗବେଷକଙ୍କ ମତରେ କରୋନା ସମ୍ପର୍କିତ ଲକ୍ଷଣ ଯାହା ଦେଖାଯାଉଛି ତାହା ଏବେକାର ନୁହେଁ । କୋଟି କୋଟି ବର୍ଷ ପୂର୍ବରୁ ମଧ୍ୟ ଏହି ଲକ୍ଷଣ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.