ବନାରସୀ ଷ୍ଟାଇଲରେ ବନାନ୍ତୁ ଚୁଡା-ମଟର, ଥରେ ଖାଇଲେ ପାଟିରୁ ଛାଡିବନି ସ୍ୱାଦ

ଆବଶ୍ୟକ ସାମଗ୍ରୀ
- ଏକ କପ୍ ଚୁଡା
- ଅଧା କପ୍ ଗ୍ରୀନ୍ ମଟର
- ଏକ ଚତୁର୍ଥ କପ୍ କ୍ଷୀର
- ଏକ ଚାମଚ ତେଲ
- ପାଣି
- ଅଧା ଚାମଚ ଚିନି
- ଲୁଣ
- ଲେମ୍ବୁ ରସ
- ଧନିଆ ପତ୍ର
- ହେଙ୍ଗୁ
- ଜିରା
- ରାଇ
- ଛୋଟ କଟା ହୋଇଥିବା ଅଦା
- ଛୋଟ କଟା ହୋଇଥିବା କଞ୍ଚା ଲଙ୍କା
- କାଜୁ ଏବଂ ବାଦାମ
- ଗୋଲ ମରୀଚ ପାଉଡର ଚିମୁଟାଏ
- ଗରମ ମସଲା
ପ୍ରସ୍ତୁତି ପ୍ରଣାଳୀ
ଚୁଡାକୁ ପାଣିରେ ଧୋଇ ଅଲଗା ରଖିଦିଅନ୍ତୁ। ଏହାପରେ ଚୁଡାକୁ ଚିପୁଡି ପାଣି ବାହାର କରିଦିଅନ୍ତୁ। ଏବଂ ଚୁଡାକୁ କ୍ଷୀରରେ ଭିଜାଇ ରଖନ୍ତୁ। ଅତିକମରେ ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଭିଜାଇ ରଖନ୍ତୁ। ଏବେ ଗ୍ୟାସ ଉପରେ କଡା ବସାଇ ଦିଅନ୍ତୁ। ଏଥିରେ ହେଙ୍ଗୁ ପକାନ୍ତୁ, ଜିରା, କଟା ଅଦା ଏବଂ କଞ୍ଚା ଲଙ୍କାକୁ ପକାଇ ଦିଅନ୍ତୁ। ଏଥିରେ କାଜୁ ଏବଂ ବାଦାମ ଖଣ୍ଡକୁ ମିଶାଇ ଦିଅନ୍ତୁ। ଯେତେବେଳେ ଏହା ଗୋଲଡେନ୍ ବ୍ରାଉନ ହୋଇଯିବ ସେତେବେଳେ ଏଥିରେ ମଟର, ଚିନି ଏବଂ ଲୁଣ ପକାନ୍ତୁ।
କଡାରେ ଅଳ୍ପ ପାଣି ପକାଇ ମଟରକୁ ଫୁଟିବା ପାଇଁ ଛାଡନ୍ତୁ। ମଟର ସିଝି ଗଲାପରେ ଏଥିରେ ପୋହା ପକାଇ ଦିଅନ୍ତୁ। ଏହାପରେ ଗୋଲ ମରୀଚ, ଗରମ ମସଲା ମଧ୍ୟ ମିଶାଇ ଦିଅନ୍ତୁ। ଚୁଡାକୁ ଚଲାଉ ଥାନ୍ତୁ। ଗ୍ୟାସ୍ ଧୀମା କରି ୫ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ଏବେ ଢ଼ାଙ୍କୁଣୀ ହଟାଇ ଏହାକୁ ଚଲାନ୍ତୁ। ୧ ମିନିଟ ଗ୍ୟାସ ଉପରେ ରହିବାକୁ ଦିଅନ୍ତୁ ଏହାପରେ ଗ୍ୟାସ ବନ୍ଦ କରି ଲେମ୍ବୁ ରସ ଏବଂ କଟା ଧନିଆ ପତ୍ର ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ଚୁଡା ମଟର ପ୍ରସ୍ତୁତ ହୋଇଯାଇଛି।