ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ୩ ହଜାର ଟଙ୍କା

ଭୁବନେଶ୍ୱର : ଉଠା ଦୋକାନୀଙ୍କୁ ସରକାର ଦେଲେ ଆଶ୍ୱସ୍ତି । ମିଳିବ କୋଭିଡ ସହାୟତା ରାଶି । ଉଠାଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ।
୧ ଲକ୍ଷ ୧ ହଜାର ପଥପାର୍ଶ୍ୱ ବିକାଳୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ୫ ମହାନଗରରେ ଉଠା ଦୋକାନୀଙ୍କୁ କୋଭିଡ଼ ସହାୟତା ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଏହି ସହାୟତା ଦିଆଯିବ।
ଉଠାଦୋକାନୀ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ ଗୁରୁତ୍ୱ ରହିଛି ଓ ଆଗକୁ ରହିବ। କରୋନା ସମସ୍ତଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି। ତେଣୁ ଏହି ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।