ଏହି ୭ଟି ଆପକୁ ଫୋନରୁ ତୁରନ୍ତ କରନ୍ତୁ ଡିଲିଟ, ନଚେତ ଖାଲି ହୋଇଯିବ ବ୍ୟାଙ୍କ୍‌ ଖାତା

ମୋବାଇଲ ସିକ୍ୟୁରିଟୀ ଫର୍ମ ପ୍ରାଡିଓ ଜୋକର ମାଲେଓ୍ଵୟାରକୁ ନେଇ ପୁଣି ଥରେ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କୁ ଚେତାବନୀ ଦେଇଛନ୍ତି। ଏହି ଫର୍ମ ଜଣାଇଛି ଯେ ସାତଟି ଲୋକପ୍ରିୟ ଆଣ୍ଡ୍ରଏଡ୍‌ ଆପରେ ଜୋକର ମାଲେଓ୍ଵୟାର ଚିହ୍ନଟ ହୋଇଛି। ଏମିତିରେ ଆପ୍ସକୁ ଯେତେ ଜଲଦି ହେବ ଡିଲିଟ୍‌ କରିଦେବା ଆପଣଙ୍କ ପାଇଁ ବହୁତ ଭଲ ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜୋକର ମାଲେଓ୍ଵୟାର ପ୍ରଥମ ଥର ୨୦୧୭ରେ ସାମ୍ନାକୁ ଆସିଥିଲା। ଜୋକର ମାଲେଓ୍ଵୟାର ଏତେ ଭୟଙ୍କର ଯେ ଗୁଗଲ ପ୍ଲେ ଷ୍ଟୋରରେ ପବ୍ଲିସ ହେଉଥିବା ନୂଆ ଆପକୁ ମଧ୍ୟ ନିଜ ଶିକାର ବନାଉଛି। ଏହାପୂର୍ବରୁ ୧୫ ମୋବାଇଲ ଆପରେ ଜୋକର ମାଲାେଓ୍ଵୟାର ଚିହ୍ନଟ ହୋଇଛି। ଏବଂ ଏବେ ସାତଟି ନୂଆ ଆପ୍ସ ସାମ୍ନାକୁ ଆସିଛି।

Joker malware ପ୍ରାଡିଓ ମୁତାବକ ଯେଉଁ ଆପରେ ଜୋକର ମାଲେଓ୍ଵୟାର ମିଳିଛି ସେଥିର ପ୍ରଥମ ନାମ ହେଉଛି Color Message। ଯାହାକୁ ଏବେ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି। କୁହାଯାଉଛି ଯେ ଏହି ଆପରେ ମହଜୁଦ୍‌ ମାଲେଓ୍ଵୟାର ରୁସର ସର୍ଭରରେ ଲିଙ୍କ୍‌ ହୋଇଛି।
ଜୋକର ମାଲେଓ୍ଵୟାରକୁ “Fleeceware” କ୍ୟାଟେଗରୀରେ ରଖାଯାଇଛି। ଯାହା ଆପଣଙ୍କ ସୂଚନା ବିନା ଆପଣଙ୍କ ଟଙ୍କା ଚୋରାଇବାରେ ମାହିର। ଏହି ମାଲେଓ୍ଵୟାର ଆପଣଙ୍କ ଅନୁମତି ବିନା ପ୍ରିମିୟମ ଏବଂ ପେଡ୍‌ ସର୍ଭିସକୁ ଆକ୍ଟିଭେଟ କରିଦେଇଥାଏ। ଏହାବ୍ୟତୀତ ଏହା ଅନଲାଇନ ଆଡ୍‌ ଉପରେ ମଧ୍ୟ ଆପେ ଆପେ କ୍ଲିକ କରିଥାଏ ଏବଂ ପେଡ ସର୍ଭିସ ଆକ୍ଟିଭେଟ୍‌ କରିଥାଏ। ଜୋକର ମାଲେଓ୍ଵୟାର ଓଟିପି ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ପଢ଼ିବାରେ ମଧ୍ୟ ମାହିର।

କେଉଁ କେଉଁ ଆପରେ ରହିଛି ଜୋକର ମାଲେଓ୍ଵୟାର

  • Color Message
  • Safety AppLock
  • Convenient Scanner 2
  • Push Message-Texting&SMS
  • Emoji Wallpaper
  • Separate Doc Scanner
  • Fingertip GameBox

କେମିତି ପାଇବେ ଏଥିରୁ ରକ୍ଷା

ଯଦି ଆପଣ ମଧ୍ୟ ଏହି ମାଲେଓ୍ଵୟାରର ଶିକାର ହୋଇଛନ୍ତି ଏବଂ ଏହି ଆପକୁ ନିଜ ଫୋନରେ ଡାଉନଲୋଡ୍‌ କରିଛନ୍ତି ତାହେଲେ ଆପଣ ତୁରନ୍ତ ଡିଲିଟ୍‌ କରନ୍ତୁ। ଏହା ବ୍ୟବତୀତ ଗୁଗଲ ପ୍ଲେ-ଷ୍ଟୋରକୁ ଯାଆନ୍ତୁ ଏବଂ ମେନ୍ୟୁକୁ ଯାଇ ସମସ୍ତ ସବସ୍କ୍ରିପସନକୁ ଚେକ କରନ୍ତୁ ଏବଂ କ୍ୟାନ୍ସଲ କରନ୍ତୁ। ଫାଇଲ ମ୍ୟାନେଜରକୁ ଯାଇ ଚେକ କରନ୍ତୁ ଏବଂ ଯଦି ସେଠାରେ କୌଣସି ଫୋଲଡର ଜୋକର ମାଲେଓ୍ଵୟାରର ରହିଛି ତେବେ ତାକୁ ମଧ୍ୟ ତୁରନ୍ତ ଡିଲିଟ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.