ପ୍ରଭାସଙ୍କ ‘୯୭ କିସ୍’ କଲା କମାଲ, ଟ୍ରେଲର ରିଲିଜ ହେବାର କିଛି ହିଁ ଘଣ୍ଟା ଭିତରେ କୋଟିଏରୁ ଅଧିକ ଭ୍ୟୁଜ୍

ପ୍ରଭାସ ଓ ପୂଜା ହେଗଡେ ଅଭିନୀତ ‘ରାଧେ ଶ୍ୟାମ’ ଜାନୁଆରୀ ୧୪ରେ ମୁକ୍ତିଲାଭ କରିବ। ଏଥି ପୂର୍ବରୁ ନିର୍ମାତା ଅଲଗା ଅଲଗା ଭାଷାରେ ଶୁକ୍ରବାର ଫିଲ୍ମର ଟ୍ରେଲର ରିଲିଜ କରି ଦେଇଛନ୍ତି। ଏହି ରୋମାଣ୍ଟିକ ବିଗ୍ ବଜେଟ ଚଳଚ୍ଚିତ୍ରର ଟ୍ରେଲର ଲୋକଙ୍କ ହୃଦୟ ଜିତି ନେଇଛି। ଏହି ଛୋଟିଆ ଟ୍ରେଲରରେ ଏତେ ଦମଦାର ଦୃଶ୍ୟ ରହିଛି ଯେ ମାତ୍ର କିଛି ହିଁ ଘଣ୍ଟା ମଧ୍ୟରେ ଏହାକୁ ଏକ କୋଟିରୁ ଅଧିକ ଥର ଦେଖାଯାଇ ସାରିଲାଣି।
କ’ଣ ରହିଛି ୯୭ କିସର ଫଣ୍ଡା
ବାସ୍ତବରେ, ଏହି ଟ୍ରେଲରରେ ପ୍ରଭାସ ଓ ପୂଜାଙ୍କର ରୋମାଣ୍ଟିକ ପ୍ରେମ କାହାଣୀର ଝଲକ ଦେଖିବାକୁ ମିଳୁଛି। ଏଥିରେ ଏକ ସିନ୍ ଆସୁଛି, ଯେତେବେଳେ ପ୍ରଭାସ ନିଜ ବାହୁରେ ଜାବୁଡ଼ି ଧରିଥିବା ପୂଜାଙ୍କୁ ପଚାରୁଛନ୍ତି, କେତେ କିସ୍ ହେଲା, ତ ସେ ଉତ୍ତର ଦେଉଛନ୍ତି ୯୭। ଦୁଇଜଣଙ୍କ ମଧ୍ୟରେ ଥିବା ରୋମାଣ୍ଟିକ୍ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଛି। ଏକ ପ୍ରେମ କାହାଣୀକୁ ଦେଖାଉଥିବା ଏହି ଟ୍ରେଲରକୁ ୟୁଟ୍ୟୁବ୍ରେ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ୧୧ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏକାଧିକ ଲୋକେଶନ ଏବଂ ଆକର୍ଷଣୀୟ ଅନ୍ତର୍ଜାତୀୟ ଦୃଶ୍ୟ ବ୍ୟତୀତ ‘ରାଧେ ଶ୍ୟାମ’ର ଟ୍ରେଲରରେ କିଛି ରହସ୍ୟଭରା ମାହୋଲ ମଧ୍ୟ ଦେଖାଯାଇଛି।
ଅନେକ ଭାଷାରେ ମୁକ୍ତିଲାଭ କରିବ ଫିଲ୍ମ
ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର କିଛି ସପ୍ତାହ ବାକି ରହିଛି। ଏହି ଭାରତୀୟ ଫିଲ୍ମକୁ ଅନେକ ଭାଷାରେ ରିଲିଜ କରାଯିବ। ରାଧା କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ପ୍ରଭାସଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି। ‘ରାଧେ ଶ୍ୟାମ’ ହେଉଛି ଏକ UV କ୍ରିଏସନ୍ସ ପ୍ରଡକ୍ସନ, ଯାହାକୁ ଗୁଲସନ କୁମାର ଏବଂ ଟି-ସିରିଜ୍ ପ୍ରସ୍ତୁତ କରିଛି। ଏହି ଫିଲ୍ମ କୋଟାଗିରି ଭେଙ୍କଟେଶ୍ୱର ରାଓଙ୍କ ଦ୍ୱାରା ସମ୍ପାଦିତ ହୋଇଛି। ଫିଲ୍ମଟି ଭୂଷଣ କୁମାର, ଭାମସି ଓ ପ୍ରମୋଦଙ୍କ ଦ୍ୱାରା ନିର୍ମିତ। କହି ରଖୁଛୁ, କିଛି ମାସ ତଳେ ଫିଲ୍ମର ଟିଜର ରିଲିଜ ହୋଇଥିଲା। ଫିଲ୍ମରେ ପ୍ରଭାସ ଜଣେ ହସ୍ତରେଖାବିତ୍ ଭୂମିକାରେ ଅଭିନୟ କରିଛନ୍ତି। ଏହା ପୂର୍ବରୁ କେବେ ବି ପ୍ରଭାସଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳି ନାହିଁ। ଏହା ପ୍ରଭାସଙ୍କ ପାଇଁ ମଧ୍ୟ ଏକ ଭିନ୍ନ ଅନୁଭବ ବୋଲି ସେ କହିଛନ୍ତି। ପ୍ରଭାସଙ୍କ ଜନ୍ମଦିନରେ ତାଙ୍କ ଫିଲ୍ମର ଟିଜର ରିଲିଜ୍ ହେବା ପରେ ଫ୍ୟାନରେ ମଧ୍ୟରେ ଉତ୍ସାହ ବଢ଼ି ଯାଇଥିଲା। ରାଧେ ଶ୍ୟାମରେ ପ୍ରଭାସ ରୋମାଣ୍ଟିକ୍ ମୁଡ୍ରେ ନଜର ଆସିବେ।
video courtesy: T-Series