Below header

ମାର୍ଚ୍ଚରେ ଭୟଙ୍କର ହେବ କରୋନା,ଦୈନିକ ସଂକ୍ରମଣ ହୋଇପାରେ ୨ ଲକ୍ଷ

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଡରାଇଲାଣି । ଆଗକୁ ଆହୁରି ଭୟଙ୍କର ହେବ ବୋଲି କହିଲେଣି ଗବେଷକ । ତେଣୁ ସବୁ ପ୍ରକାର ସୁରକ୍ଷା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସତର୍କ କରାଇ ଦେଇଛନ୍ତି ସରକାର ।
ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ଵାଲ ଏମିତି ସୂଚନା ଦେଇଛନ୍ତି । ମାର୍ଚ୍ଚରେ ଭାରତରେ କରୋନା ନୂଆ ଭାରିଏଣ୍ଟ ପିକରେ ପହଞ୍ଚିବ । ସେତେବେଳେ ଦୈନିକ ସଂକ୍ରମଣ ୧ ଲକ୍ଷ ୮୦ ହଜାରକୁ ଟପିଯିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି ।

ସେତେବେଳେ ଦୈନିକ ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମେଡିକାଲରେ ଭର୍ତ୍ତି ହେବେ । ଏହି ନୂଆ ଭାରିଏଣ୍ଟ ୨୦୨୨ ଫେବୃଆରୀ ମାସ ଆଡକୁ ଦ୍ରୁତ ଗତିରେ ସଂକ୍ରକଣ ହୋଇ ମାର୍ଚ୍ଚରେ ପିକରେ ପହଞ୍ଚିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି । ବର୍ତ୍ତମାନ ଦେଶର ୧୭ ଟି ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବଢ଼ି ଚାଲିଛି । ବର୍ତ୍ତମାନ ଦେଶରେ ଓମିକ୍ରନ ସଂକ୍ରମଣ ମାମଲା ୩୫୦ ରେ ପହଞ୍ଚିଛି ।

ତେବେ ସେଥିମଧ୍ୟରୁ ୧୮୩ ଓମିକ୍ରନ ମାମଲାକୁ ବିଶ୍ଲେଷଣ କରି ଦେଖାଯାଇଛି ଯେ ୯୧ % ସଂକ୍ରମିତ କରୋନା ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି । ଏହାଛଡ଼ା ସେମାନଙ୍କ ମଧ୍ୟରୁ ୭୦% ଲକ୍ଷଣ ବିହୀନ ଥିବା ବେଳେ ୬୧ % ପୁରୁଷ ଥିବା ଜଣାଯାଇଛି । ଓମିକ୍ରନ ଡେଲଟା ଭାରିଏଣ୍ଟ ଠାରୁ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏହା ଦେଢ଼ ରୁ ୩ ଦିନ ମଧ୍ୟରେ ଦୁଇଗୁଣ ହୋଇଥାଏ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.