ସ୍ତ୍ରୀ ଉପରେ ଏସିଡ ଢାଳିବାକୁ ଉଦ୍ୟମ ବେଳେ ରସିକିଆ ସ୍ୱାମୀକୁ ଉତ୍ତମ ମଧ୍ୟମ, ୩ଟା ବାହା ହୋଇ ବାହାନା କରୁଥିଲା

ସୋରୋ(କେନ୍ୟୁଜ୍): ରସିକିଆ ସ୍ୱାମୀର ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ । ସ୍ତ୍ରୀ ଉପରେ ଏସିଡ ଢାଳିବାକୁ ଉଦ୍ୟମ ବେଳେ ଉତ୍ତମ ମଧ୍ୟମ ଦେଲେ ଶ୍ଵଶୁର ଘର ଓ ଗାଁ ଲୋକ। ବାଲେଶ୍ଵର ଜିଲ୍ଲା ସୋର ସରଶଙ୍ଖରେ ଏହି ଘଟଣା ଦେଖିବାକୁ ମିଳିଛି। ଖଇରା ଅଞ୍ଚଳର ଭାସ୍କର ସାହୁ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସରଶଙ୍ଖରେ ଜଣେ ଯୁବତୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି।

soro2

୨ମାସ ହେବ ଭାଷ୍କର ତୃତୀୟ ବିବାହ କରିଥିବା ବେଳେ ଆଜି ହଠାତ୍‌ ସରଶଙ୍ଖ ଆସି ଦ୍ଵିତୀୟ ସ୍ତ୍ରୀଙ୍କୁ ଫୋନ କରି ଦେଖା କରିବାକୁ କହିଥିଲେ। ଫଳରେ ସ୍ତ୍ରୀ ସ୍ୱାମୀଙ୍କୁ ଘରକୁ ଆସିବାକୁ କହିଥିଲେ। ପରେ ରସିକିଆ ସ୍ୱାମୀ ଜଣକ ପହଞ୍ଚିବା ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବିବାହକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ରସିକିଆ ସ୍ୱାମୀ ଜଣକ ଉତ୍‌କ୍ଷିପ୍ତ ହୋଇ ଦ୍ୱିତୀୟଙ୍କୁ ମାଡ ମାରି ଖସି ପଳାଇ ଯିବା ସମୟରେ ସ୍ଥାନୀୟ ଲୋକ ଅଟକାଇ ହାତ ଗୋଡ ବାନ୍ଧି ନିର୍ଦ୍ଧୁମ୍‌ ଛେଚି ଥିଲେ । ଭାସ୍କର ଆଣିଥିବା ଏକ ଏସିଡ୍‌ ବୋତଲ ଗାଁ ଲୋକ ଉଦ୍ଧାର କରି ପୋଲିସକୁ ଦେଇଥିଲେ । ଖବର ପାଇ ସୋର ପୋଲିସ୍‌ ରସିକିଆ ସ୍ୱାମୀକୁ ଅଟକ ରଖିଥିବା ଜଣା ପଡ଼ିଛି।