Below header

ଘରେ ପ୍ରସ୍ତୁତ କରନ୍ତୁ ବାନାନା ଆଇସ୍ କ୍ରିମ୍ , ତିଆରି କରିବା ଖୁବ୍ ସହଜ

ଖରାଦିନେ ଆଇସ୍ କ୍ରିମ୍ ଖାଇବାର ମଜା ଟିକେ ନିଆରା। ଛୋଟଠାରୁ ବଡ ସଭିଏଁ ଆଇସ୍ କ୍ରିମ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ତେଣୁ ଖାସ୍ କରି ଏହି ଖରା ଦିନ ପାଇଁ ଆମେ ଆପଣଙ୍କ ପାଇଁ ଏକ ଥଣ୍ଡା ଥଣ୍ଡା ରେସିପି ନେଇ ଆସିଛୁ। ଯାହାର ନା ବାନାନା ଆଇସ୍ କ୍ରିମ୍ ।

ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ସହଜ ଉପାୟ :

ଉପାଦାନ ଗୁଡିକ:

୩ କ୍ରିମି କଦଳୀ ବଟା
୨ ଚାମଚ ସୁଗାର ପାଉଡର୍
୨ ଟେବୁଲ୍ ଚାମଚ ପିନଟ୍ ବଟର
୧ ଟେବୁଲ୍ ଚାମଚ କୋକୋ ପାଉଡର
୧/୪ କପ୍ କ୍ଷୀର, ପସନ୍ଦ ଅନୁସାରେ

banana ice cream
Image credit: elanaspantry.com

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଦଳୀକୁ ଗୋଲ୍ ଗୋଲ୍ କରି କାଟିଦିଅନ୍ତୁ । ଏହାପରେ ଏହି କଟା କଦଳୀକୁ ଏକ ସିଲ୍ ବ୍ୟାଗରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ । ସାରା ରାତି କିମ୍ବା କଠିନ ହେବା ପର୍ଯ୍ୟନ୍ତ କଦଳୀ କଟାକୁ ଫ୍ରିଜରେ ରଖନ୍ତୁ |

ଏହାପରେ ସମସ୍ତ ଉପାଦାନ ଯଥା: ଫ୍ରିଜରେ ରଖରଯାଇଥିବା କଟା କଦଳୀ,ପିନଟ୍ ବଟର ଓ କ୍ଷୀରକୁ ଏକ ଖାଦ୍ୟ ପ୍ରୋସେସର୍ କିମ୍ବା ବ୍ଲେଣ୍ଡରରେ ରଖନ୍ତୁ ଏବଂ ସେସବୁକୁ ଚିକ୍କଣ ହେବା ପର୍ଯ୍ୟନ୍ତ ବହଳିଆ ଭାବେ ମିଶ୍ରଣ କରନ୍ତୁ |

ଏକ ଛୋଟ ପ୍ୟାନରେ ସମସ୍ତ ମିଶ୍ରଣକୁ ଭଲ ଭାବେ ରଖିଦିଅନ୍ତୁ। ପାଖାପାଖି ଏକ ଘଣ୍ଟା କିମ୍ବା କଠିନ ହେବା ପର୍ଯ୍ୟନ୍ତ ଉକ୍ତ ମିଶ୍ରଣକୁ ଫ୍ରିଜ୍ କରନ୍ତୁ । ଏହାପରେ ଏକ ପାତ୍ରରେ ଚାମଚ ସାହାର୍ଯ୍ଯରେ ବାହାକୁ କରି ଥଣ୍ଡା ଥଣ୍ଡା ହୋମ୍ ମେଡ୍ ବାନାନା ଆଇସ୍ କ୍ରିମକୁ ଉପଭୋଗ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.