Below header

ଆଜି ଘରେ ପ୍ରସ୍ତୁତ କରନ୍ତୁ କଡାଇ ଚିକେନ, ଆସିବ ଏକଦମ୍ ରେସ୍ତୋରାଁ ଭଳି ସ୍ୱାଦ

କଡାଇ ଚିକେନ୍ ଏକ ଏମିତି ଡିସ୍ ଯାହା ଚିକେନ୍ ପ୍ରେମୀମାନଙ୍କୁ ବହୁତ ପସନ୍ଦ ଆସିଥାଏ। ଆପଣ ଏହି ଡିସକୁ ଘରେ ବି ଅତି ସହଜ ଆଉ ସରଳ ଉପାୟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ବନାଇବେ କଡାଇ ଚିକେନ୍‌।

ଆବଶ୍ୟକ ସାମଗ୍ରୀ

  • ଚିକେନ – ୭୫୦ ଗ୍ରାମ୍‌
  • ତେଲ – ୩ ଚାମଚ୍‌
  • ପିଆଜ – ୩ଟି
  • ଧନିଆ – ୨ ଚାମଚ୍‌
  • ଜିରା – ୨ ଚାମଚ୍‌
  • ସୁଖିଲା ଲାଲ୍ ଲଙ୍କା – ୫ଟି
  • ଟମାଟୋ – ୩ଟି
  • ଅଦା-ରସୁଣ ପେଷ୍ଟ – ୨ ଚାମଚ୍‌
  • କଞ୍ଚା ଲଙ୍କା – ୨ଟି
  • ଲୁଣ – ସ୍ୱାଦାନୁସାରେ
  • କାଜୁ ପେଷ୍ଟ – ୨ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ଏକ ନନଷ୍ଟିକ୍ ପ୍ୟାନକୁ ଗରମ କରି ସେଥିରେ ଧନିଆ, ଜିରା ଏବଂ ଗୋଲମରୀଚ ପକାଇ ୧ ମିନିଟ୍ ପର୍ଯ୍ୟନ୍ତ ସୁଖିଲା ଭାଜନ୍ତୁ। ଏହାପରେ ଲାଲ ଲଙ୍କା ପକାଇ ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ। ଯେତେବେଳେ ମସଲା ଥଣ୍ଡା ହୋଇଯିବ ସେତେବେଳେ ପାଉଡର ପ୍ରସ୍ତୁତ କରନ୍ତୁ। ଟମାଟୋକୁ କାଟି ପ୍ୟୁରି ପ୍ରସ୍ତୁତ କରନ୍ତୁ।

ନନଷ୍ଟିକ କଡାରେ ତେଲ ଗରମ କରନ୍ତୁ। ପିଆଜକୁ କାଟି ହାଲକା ଭାଜି ଦିଅନ୍ତୁ। ଯେତେବେଳେ ପିଆଜ ସୁନେଲୀ ରଙ୍ଗ ହୋଇଯିବ ସେତେବେଳେ ଏଥିରେ ଅଦା-ରସୁଣ ପେଷ୍ଟ ଏବଂ ଦୁଇ ଚାମଚ ପାଣି ପକାଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ କଞ୍ଚା ଲଙ୍କାକୁ କାଟି ପକାଇ ଦିଅନ୍ତୁ। ଦୁଇ ମିନିଟ୍ ଭାଜି ହେବା ପରେ ଏଥିରେ ଭାଜି ରଖିଥିବା ସୁଖିଲା ମସଲାକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ କଡାରେ ଚିକେନ୍ ପକାନ୍ତୁ ଏବଂ ଭଲଭାବେ ମିକ୍ସ କରିଦିଅନ୍ତୁ। ଟମାଟୋ ପ୍ୟୁରି ପକାଇ ମିଶାନ୍ତୁ।

ଶେଷରେ ଲୁଣ, କାଜୁ ପେଷ୍ଟ ଏବଂ ଅଧା କପ୍ ପାଣି ପକାଇ ଭଲଭାବେ ମିକ୍ସ କରନ୍ତୁ। ଏହାପରେ ଏହାକୁ ଘୋଡାଇ ରାନ୍ଧନ୍ତୁ। ଯେତେବେଳେ ଗ୍ରେଭୀ ଫୁଟି ଆସିବ ସେତେବେଳେ ଆଞ୍ଚକୁ ଧୀମା କରନ୍ତୁ ଏବଂ ଚିକେନକୁ ରାନ୍ଧନ୍ତୁ। ଏହା ହୋଇଆସିଲା ପରେ ଗ୍ୟାସ୍ ଅଫ୍ କରିଦିଅନ୍ତୁ। ପାଞ୍ଚ ମିନିଟ ପର୍ଯ୍ୟନ୍ତ ଏପରି ରଖିବା ପରେ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.