ଭଦ୍ରକ: ଟିୟୁସନ ଫି ଛାଡ କରିବା ଦାବିରେ କଲେଜ ଫାଟକ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ମତୋ ଲଳିତା ଶିବଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଟିୟୁସନ ଫି ଛାଡ ଦାବି କରି ଆଜି ଯୁକ୍ତ ୨ର ଛାତ୍ରଛାତ୍ରୀମାନେ କଲେଜ ଫାଟକ ଆଗରେ ବିକ୍ଷୋଭ କରିବା ସହ ହୋହାଲ୍ଲା କରିଥିଲେ । ଅଭିଯୋଗ ମୁତାବକ କରୋନା ମହାମାରି ପାଇଁ କଲେଜ ବନ୍ଦ ଥିବା ବେଳେ କଲେଜ କତୃପକ୍ଷ ଟିୟୁସନ ଫି ବାବଦକୁ ୮ଶହ ଟଙ୍କା ନେଉଛନ୍ତି । ବର୍ତମାନ ସମୟରେ ଅଭିଭାବକମାନେ ଏହି ଫି ଦେବା ସମ୍ଭବପର ହେଉନି । ତେଣୁ ଯୁକ୍ତ ୨ର ଛାତ୍ରଛାତ୍ରୀମାନେ କଲେଜ ଅଧକ୍ଷଙ୍କୁ ଟିୟୁସନ ଫି ଛାଡ କରିବାକୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

ହେଲେ କଲେଜ କତୃପକ୍ଷ କୈାଣସି ନିଷ୍ପତି ନନେବାରୁ ଆଜି ଯୁକ୍ତ ୨ର ଛାତ୍ରଛାତ୍ରୀମାନେ କଲେଜ ଗେଟ ଫାଟକରେ ହୋହାଲ୍ଲା କରିବା ସହ ଧାରଣାରେ ବସିଥିଲେ । ଟିୟୁସନ ଫି ନେଉଥିବା ବେଳେ କଲେଜରେ ସେମିତି କିଛି ଉନ୍ନତି ମୂଳକ କାମ ହୋଇନି। ତେଣୁ ଟିୟୁସନ ଫି ଛାଡ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀମାନେ । ଯଦି ଛାତ୍ରଛାତ୍ରୀଙ୍କ କଥା କଲେଜ କତୃପକ୍ଷ ନଶୁଣନ୍ତି ତେବେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.