ଏକ “ପରୀ ମିମ” ଟ୍ରେଣ୍ଡରେ ସାମିଲ ହେଲେ ଦୀପିକା, ସେୟାର କଲେ ଏମିତି କିଛି ଫଟୋ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ “ପରି ମିମ” ଟ୍ରେଣ୍ଡରେ ଭାଗ ନେଇଛନ୍ତି । ଦୀପିକା ନିଜ ପିଲା ଦିନର କିଛି ଫଟୋ ସେୟାର କରି ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ଏହାକୁ କିଏ ବନାଇଛି ? ଯଦି ଆପଣ ସୋସିଆଲ ମିଡ଼ିଆର ଜଣେ ଆକ୍ଟିଭ ୟୁଜର ତେବେ ନିଶ୍ଚିନ୍ତ ରୂପେ ପରି ଟ୍ରେଣ୍ଡ ବିଷୟରେ ଜାଣିଥିବେ । ଯଦି ଆପଣ ନିୟମିତ ଇନ୍ଷ୍ଟଗ୍ରାମ ଦେଖୁଥିବେ ତେବେ ଜାଣିବେଯେ ଆପଣଙ୍କୁ କେହି ଜଣେ “ପରି ହୋ ରହି ହେ” ଟ୍ରେଣ୍ଡ ଭାଇରାଲ କରୁଥିବା ନଜର ଆସିବ । ଆଉ କିଛି ସେଲିବ୍ରିଟି ଏହି ମିମ ଆଧାରରେ ନିଜ ଭିଡିଓ ପ୍ରସ୍ତୁତ କରି ସେୟାର କରୁଛନ୍ତି ।

 

View this post on Instagram

 

A post shared by Deepika Padukone (@deepikapadukone)

ଆଉ ଏବେ ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରିଛନ୍ତି ଦୀପିକା । ନିଜ ଉପରେ ହୋଇଥିବା ଏକ ମିମକୁ ଦେଖି ନିଜେ ସେ ଚକିତ ହୋଇଯାଇଛନ୍ତି । ଏଗୁଡିକରେ ତାଙ୍କ ଛୋଟ ବେଳର ଫଟୋ ନଜର ଆସିଥିବା ବେଳେ ଏଥିରେ ଦୀପିକା ଘୋଡା ଉପରେ ବସିଥିବା ଦେଖାଦେଇଛି । କେହି ଜଣେ ଏହାକୁ ପରି ମିମ ଆଧାରରେ ଏଡିଟ କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି ଇଏ ହେଉଛି ମୁଁ, ଏହା ଆମର ଘୋଡା ଆଉ ଏଠାରେ ଆମର ଏକ ପାର୍ଟି ହେଉଛି । ଏହି ମିମ ଟିକୁ ସେୟାର କରିବା ପରେ ନିଜ ହସକୁ କଣ୍ଟ୍ରୋଲ କରିପାରି ନାହାନ୍ତି ଦୀପିକା | ଆଉ ଏହା ସହ ଲେଖିଛନ୍ତି, ଏହାକୁ କିଏ ପ୍ରସ୍ତୁତ କରିଛି ।

ଏହା ପୂର୍ବରୁ ବଲିଉଡର ଚକୋଲେଟ ବୟ ସାହିଦ କପୁର ବି ଏକ ଭିଡିଓ ବନେଇ ଥିଲେ । ଏହି ମିମରେ ରାଜ, ଡିକେ ଓ ରାଶି ଖନନା ଏକା ସାଥିରେ ନଜର ଆସୁଛନ୍ତି । ଆଉ ସେଥିରେ ଲେଖିଥିଲେ “ପରୀ ହୋ ରହି ହେ” । ଭିଡିଓରେ ସାହିଦ ଅକ୍ଷୟ କୁମାରଙ୍କ ଏକ ଅନ୍ଦାଜର ଟ୍ଵିଷ୍ଟ ବି ଦେଇଛନ୍ତି । ଜଣେ ପାକିସ୍ତାନି ଇନ ଫ୍ଲ୍ୟୁଏଞ୍ଜାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜ ସାଙ୍ଗ ମାନଙ୍କ ସହ ପାର୍ଟି କରୁଥିବାର ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.