ଏହି ସମସ୍ୟା ଥିଲେ ଭୁଲ୍‌ରେ ବି ସେବନ କରନ୍ତୁ ନାହିଁ କ୍ଷୀର କିମ୍ବା କ୍ଷୀରଜାତ ଦ୍ରବ୍ୟ, ନଚେତ୍‌ ନେଇଥାଏ ଗମ୍ଭୀର ରୂପ

କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ, ଏହା ସମସ୍ତେ ଜାଣନ୍ତି। କ୍ଷୀର ଶରୀରରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିପାରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, କିଛି ଲୋକଙ୍କ ପାଇଁ କ୍ଷୀର ପିଇବା ବହୁତ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ ଲୋକ କ୍ଷୀର ପିଇବାଠୁ ଦୂରେଇ ରହିବା ଉଚିତ।

ଫ୍ୟାଟି ଲିଭ୍‌ର ସମସ୍ୟାରେ ପୀଡ଼ିତ ବ୍ୟକ୍ତି

ଫ୍ୟାଟି ଲିଭର ଥିଲେ କ୍ଷୀର ହଜମ ହେବାରେ ସମସ୍ୟା ଦେଖାଦେଇଥାଏ। ଏମିତି ଲୋକଙ୍କ ଲିଭର୍‌ରେ ଫ୍ୟାଟ୍‌ ଜମା ହେବା, ଫୁଲିଯିବା ଏବଂ ଫାଇବ୍ରାଇଡସ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରେ ପୀଡ଼ିତ ବ୍ୟକ୍ତି ଯଦି ପ୍ରୋଟିନ ଯୁକ୍ତ ଡାଏଟ ଖାଆନ୍ତି, ତ ସମସ୍ୟା ଗମ୍ଭୀର ରୂପ ନେଇଥାଏ। କ୍ଷୀର ପ୍ରୋଟିନ୍‌ର ମହତ୍ତ୍ୱପୂର୍ଣ୍ଣ ସ୍ରୋତ ହୋଇଥାଏ। ଏଥିପାଇଁ ଫ୍ୟାଟି ଲିଭର୍‌ ସମସ୍ୟା ଥିବା ଲୋକଙ୍କୁ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟଠୁ ଦୂରେଇ ରହିବା ଉଚିତ।

କ’ଣ ଖାଇପାରିବେ

୧. ଫ୍ୟାଟି ଲିଭର୍‌ ସମସ୍ୟା ଥିଲେ ଦହି ଏବଂ ଲସି ସୀମିତ ମାତ୍ରାରେ ସେବନ କରିବା ଉଚିତ।

୨. ଲସିରେ ହେଙ୍ଗୁ ଏବଂ ଜିରାକୁ ଛୁଙ୍କ ଦେଇ ଏହାକୁ ସେବନ କଲେ ବିଶେଷ ଲାଭ ମିଳିଥାଏ।

୩. ଏହା ଲିଭର୍‌ର ଅବଶୋଷଣ କ୍ଷମତା ବଢ଼ାଇବାରେ ସାହାଯ୍ୟ କରିଥାଏ।

ଫ୍ୟାଟି ଲିଭର୍‌ ସମସ୍ୟା କ’ଣ

ଏଥିରେ ପୀଡ଼ିତ ବ୍ୟକ୍ତିଙ୍କର ଲିଭର୍‌ରେ ଅତ୍ୟଧିକ ମାତ୍ରାରେ ଫ୍ୟାଟ୍‌ ଜମା ହୋଇଯାଇଥାଏ। ଫ୍ୟାଟ୍‌ ଜମା ହେବା କାରଣରୁ ଲିଭର୍‌ ଠିକ୍‌ ଭାବେ କାମ କରିପାରି ନ ଥାଏ। ଲିଭର୍‌ର କାମ କରିବାର ଗତି ଯେତେବେଳେ ଧିମା ହୋଇଯାଏ, ଏହାର ପୂରା ପ୍ରଭାବ ଶରୀରର ମେଟାବଲିଜମ୍‌ ଉପରେ ପଡ଼ିଥାଏ।

ସବୁବେଳେ ରହିଥାଏ ପେଟ ଖରାପ

ଫ୍ୟାଟି ଲିଭର୍‌ ସମସ୍ୟା ଯାହାଙ୍କୁ ରହିଥାଏ, ସେମାନଙ୍କ ପେଟ ସବୁବେଳେ ଖରାପ ରହିଥାଏ। ଭୋଜନ କରିବା ସମୟରେ ସାଧାରଣତଃ ଏହି ଲୋକଙ୍କୁ ପେଟ ଭରିଥିବା ନେଇ ଜଣାପଡ଼ି ନ ଥାଏ, ଯାହାଫଳରେ ସେମାନେ ଭୋକରେ ଅଧିକ ଖାଦ୍ୟ ଖାଇ ନିଅନ୍ତି। ଏଥିପାଇଁ ଭାରୀପଣ, ଗ୍ୟାସ୍‌, ଅପଚ, ଆଳସ୍ୟ, ଥକ୍କାପଣ, ଓଜନ ବଢ଼ିବା ଏବଂ କମିବା ଭଳି ସମସ୍ୟା ଉପୁଜିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.