ନେହା କକ୍କର ଦେଖାଇଲେ ବଦାନ୍ୟତା, ଲୋକପ୍ରିୟ ଗୀତିକାର ସନ୍ତୋଷ ଆନନ୍ଦଙ୍କୁ କରଜକୁ ବଞ୍ଚାଇବା ପାଇଁ ଦେଲେ ୫ ଲକ୍ଷ ଟଙ୍କା

ବଲିଉଡ ଗାୟିକା ନେହା କକ୍କର ଜଣେ ଭଲ ଗାୟିକା ସହିତ ଜଣେ ଭଲ ମଣିଷ ମଧ୍ୟ। ନେହା କେତେ ଯେ ଭାବବିହ୍ବଳ ତାହା ଆପଣ ଇଣ୍ଡିଆନ ଆଇଡଲ ମଞ୍ଚରେ ନିଶ୍ଚିତ ଦେଖିଥିବେ। ନିକଟରେ ନେହା ପୁଣି ଏମିତି ଏକ ବଦାନ୍ୟତା ଦେଖାଇଛନ୍ତି, ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା କରିବେ। ନେହା ଲୋକପ୍ରିୟ ଗୀତିକାର ସନ୍ତୋଷ ଆନନ୍ଦଙ୍କୁ କରଜରୁ ମୁକ୍ତ କରିବା ପାଇଁ ୫ ଲକ୍ଷ ଟଙ୍କା ସହାୟତା କରିଛନ୍ତି।

ନିକଟରେ ଇଣ୍ଡିଆନ ଆଇଡଲର ସେଟକୁ ମ୍ୟୁଜିକ ଡାଇରେକ୍ଟର ପ୍ୟାରେଲାଲଙ୍କ ସହିତ ଗୀତିକାର ସନ୍ତୋଷ ଆନନ୍ଦ ଆସିଥିଲେ। ସନ୍ତୋଷ ଆନନ୍ଦ ଆର୍ଥିକ ରୂପେ ବହୁତ ଦୁର୍ବଳ ରହିଥିବା କଥା କହିଥିଲେ। ତାଙ୍କ ଉପରେ ଅନେକ କରଜ ରହିଛି। କେମିତି ଏଥିରୁ କେମିତି ବାହାରିବେ ତାହାକୁ ନେଇ ନିଜର କଥା ରଖିଥିଲେ। ଏପରି ସ୍ଥିତିରେ ନେହୋ ତାଙ୍କ କଥା ଶୁଶି ଭାବବିହ୍ବଳ ହୋଇ ତୁରନ୍ତ ନିଜ ତରଫରୁ ୫ ଲକ୍ଷ ଟଙ୍କା ସହାୟତା କରିବା ପାଇଁ କହିଥିଲେ। ନେହା କେବଳ ସହାୟତା ନୁହେଁ ବରଂ ସନ୍ତୋଷ ଆନନ୍ଦଙ୍କୁ କିଛି କାମ ଦେବା ପାଇଁ ଭାରତୀୟ ମନୋରଂଜନ ଉଦ୍ୟୋଗକୁ ଅନୁରୋଧ କରିଥିଲେ।

ଏହାପୂର୍ବରୁ ନେହା ଏମିତି ଅନେକ ଲୋକଙ୍କ ଦୁଃଖ ସହି ନ ପାରି ସେମାନଙ୍କୁ ଆର୍ଥିକ ସହାୟତା କରିଛନ୍ତି। ଜାନୁଆରୀରେ ନେହା ଦମକଳ କର୍ମୀ ବିପିନ ଗନାତ୍ରାଙ୍କୁ ଦୁଇଲକ୍ଷ ଟଙ୍କା ସହାୟତା କରିଥିଲେ। ସେହିପରି ଶାନ୍ତାବାଇ ପୱାର ଓରଫ ୱାରିଅର ଆଜିଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.