ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୩ ଜଣ କରୋନା ଆକ୍ରାନ୍ତ, ଗଲା ଜଣଙ୍କର ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୩ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୫୧୩କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୩୩ହଜାର ୮୮୮। ଆକ୍ଟିଭ କେସ୍‌ ରହିଛି ୬୫୮।

ସେହିପରି ଆଜି ରାଜ୍ଯରେ କରୋନା ନେଇଛି ଜଣଙ୍କର ଜୀବନ । ଭୁବନେଶ୍ବରର ଜଣେ ୭୪ ବର୍ଷିୟ ପୁରୁଷ କରୋନାରେ ଆଖି ବୁଜିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.