ଆଇପିଏଲ ନିଲାମୀ ସମୟରେ ଟ୍ବିଟରରେ ଟ୍ରେଣ୍ଡ କରୁଥିଲେ Kaviya Maran, ଜାଣନ୍ତୁ ତାଙ୍କ ବିଷୟରେ

ଆଇପିଏଲ୍ ନିଲାମୀ ୨୦୨୧ରେ କ୍ରିକେଟ ଫ୍ୟାନଙ୍କ ନଜର ସେମାନଙ୍କ ମନ ପସନ୍ଦର ଟିମ୍ ଏବଂ ଖେଳାଳିଙ୍କ ଉପରେ ରହିଥିଲା। ଏହିସବୁ ମଧ୍ୟରେ କିନ୍ତୁ ସମସ୍ତ ନଜର ସନରାଇଜର୍ସ ହାଇଦ୍ରାବାଦର ମିଷ୍ଟ୍ରି ଗାର୍ଲ ଉପରେ ରହିଥିଲା। ଆପଣ ଭାବୁଥିବେ କିଏ ଏହି ମିଷ୍ଟ୍ରି ଗାର୍ଲ?

ଆଇପିଏଲ ନିଲାମୀ ସମୟରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ନିଲାମ ଡାକୁଥିବା ମିଷ୍ଟ୍ରି ଗାର୍ଲଙ୍କ ନାମ କାବ୍ୟା ମାରନ। କାବ୍ୟା ହେଉଛନ୍ତି ସନ୍ ଗ୍ରୁପର ମାଲି କଲାନିଧି ମାରନଙ୍କ ଝିଅ। ଆଇପିଏଲ ନିଲାମୀ ସମୟରେ କାବ୍ୟାଙ୍କ ଡ୍ରେସ ସମସ୍ତଙ୍କୁ ଆକର୍ଷିତ କରିଥିଲା। କାବ୍ୟା ମାରନ ପର୍ଲ ୟୋଲୋ ରଙ୍ଗର ବ୍ଲେଜର ସହିତ ହ୍ବାଇଟ କଲର ଟି-ସାର୍ଟ ପିନ୍ଧିଥିବା ନଜର ଆସିଥିଲେ। ତାଙ୍କର ଏହି ଷ୍ଟାଇଲ ଦେଖି ସମସ୍ତେ ଆକର୍ଷିତ ହୋଇଥିଲେ।


ଏହା ପରେ ନିଲାମୀ ଦିନ କାବ୍ୟା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଲେ। କ୍ରିକେଟ ଫ୍ୟାନଙ୍କ ତାଙ୍କ ଫଟୋ ସେୟାର କଲେ। ଅନେକ ଲୋକ କାବ୍ୟାଙ୍କୁ ନ୍ୟାସନାଲ କ୍ରସ ମଧ୍ୟ କହିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.