Below header

ବ୍ରତରେ ପ୍ରସ୍ତୁତ କରି ପିଅନ୍ତୁ କେସର ଲସି, ଲାଗିବ ଏକଦମ୍‌ ଆରାମ୍‌

ନବରାତ୍ରିର ଏହି ଶେଷ ଦିନରେ ଏବଂ ରାମ ନବମୀ ତିଥିରେ ଆପଣ ଯଦି ବ୍ରତ ରଖିଛନ୍ତି, ତାହେଲେ ଆଜି ଆପଣ ଏକ ବଢ଼ିଆ ଟେଷ୍ଟି ଲସି ପ୍ରସ୍ତୁତ କରି ପିଅନ୍ତୁ। ଦେଖିବେ ବହୁତ ଆରାମ ଲାଗିବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଏକ କପ୍‌ ଦହି
– ୧/୪ କପ୍‌ କେସର ପାଣି
– ଦୁଇ ଚାମଚ ଚିନି
– ଚିମୁଟାଏ ଅଳେଇଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଆପଣ କେସର ପାଣି ପ୍ରସ୍ତୁତ କରିବାକୁ ହେଲେ ଉଷୁମ ପାଣିରେ କେସରକୁ ମିଶାଇ ତାକୁ କିଛି ସମୟ ପାଇଁ ଅଲଗା ରଖିଦିଅନ୍ତୁ। ଏପରି କରିବା ଦ୍ୱାରା କେସର ପାଣି ପ୍ରସ୍ତୁତ ହୋଇଯିବ। ଏହାପରେ ଏକ ଗ୍ରାଇଣ୍ଡିଂ ଜାରରେ ଦହି, ଅଳେଇଚ ପାଉଡର ଏବଂ ଚିନି ମିଶାନ୍ତୁ। ଆପଣ ଚାହିଁଲେ ଏହାକୁ ହାତରେ ଚାମଚରେ କରିପାରିବେ। ନଚେତ ଆପଣ ବ୍ଲେଣ୍ଡରର ବ୍ୟବହାର ମଧ୍ୟ କରିପାରିବେ। କିନ୍ତୁ ଗ୍ରାଇଣ୍ଡରରେ କଲେ ଏହା ଅଧିକ ସ୍ମଦି ହୋଇଥାଏ। ତେବେ ଏହି ସବୁ ଜିନିଷ ମିକ୍ସ ହେବା ପରେ ଏଥିରେ କେସର ପାଣି ମିଶାଇ ଦିଅନ୍ତୁ ଏବଂ ଏହାକୁ ଆଉ ଥରେ ମିକ୍ସ କରନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କେସର ପାଣି। ଏହାକୁ ଗ୍ଲାସରେ ବାହାର କରି ଆପଣ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.