ବିବାହରେ ଶାଶୁ ଉପରେ ୱେଟ୍ରେସ ଢାଳି ପକାଇଲେ ତରକାରୀ, ଖୁସିରେ ବିଭୋର ହୋଇ ବୋହୂ ଟିପ୍‌ରେ ଦାନ କରିଦେଲା ସାଢ଼େ ୭ ହଜାର ଟଙ୍କା

ସବୁ ସମ୍ପର୍କ ମଧ୍ୟରୁ ସବୁଠୁ ନିଆରା ହୋଇଥାଏ ଶାଶୁ ଓ ବୋହୂର ସମ୍ପର୍କ। ଏମିତି ଖଟାମିଠା ସମ୍ପର୍କ, ଯେଉଁଠି ଝଗଡ଼ା ବି ଥାଏ ଆଉ ଭଲ ପାଇବା ବି ଥାଏ। କିନ୍ତୁ କିଛି ମାମଲାରେ ଏହି ସମ୍ପର୍କ ମଧୁର ହୋଇ ପାରି ନ ଥାଏ। ଶାଶୁ-ବୋହୂ ସମ୍ପର୍କ ସହ ଜଡ଼ିତ ଏମିତି ହିଁ ଏକ ମାମଲା ଏବେ ସାମ୍ନାକୁ ଆସିଛି।

ଏଠାରେ ନିଜ ବିବାହ ଦିନ ଶାଶୁ କପଡ଼ା ଉପରେ ତରକାରୀ ଢାଳି ଦେବାରୁ ୱେଟ୍ରେସକୁ ବୋହୂ ପୁରସ୍କାର ରୂପେ ଦେଇ ଦେଲା ସାଢ଼େ ୭ ହଜାର ଟଙ୍କା। ଯଦିଓ ୱେଟ୍ରେସ ତରକାରୀକୁ ଭୁଲ୍‌ ବଶତଃ ଢାଳି ପକାଇଥିଲେ। ତେବେ ଏହି ଭୁଲ୍‌କୁ ନେଇ ବୋହୂ ଏତେ ଖୁସି ହୋଇଯାଇଥିଲେ ଯେ ହଜାର ହଜାର ଟଙ୍କାକୁ ଟିପ୍‌ ଆକାରରେ ଦାନ କରି ଦେଇଥିଲେ।

ମାମଲା ବ୍ରିଟେନର। ଏଠାରେ କ୍ଲୋ ବି ନାମ୍ନୀ ମହିଳା ଏକ ବିବାହରେ ୱେଟ୍ରେସ ରୂପେ ସେବା ଯୋଗାଉଥିଲେ। ଘଟଣା ପରେ କ୍ଲୋ ନିଜ ଟିକ୍‌ ଟକ୍‌ ଆକାଉଣ୍ଟରେ ପୂରା ଘଟଣାକ୍ରମ ବର୍ଣ୍ଣନା କରିଥିଲେ। ୧୫ ଏପ୍ରିଲରେ ଅପଲୋଡ୍‌ କରାଯାଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ଲକ୍ଷେ ଲୋକ ଦେଖିସାରିଲେଣି।

ଖୁବର ମୁତାବକ, କ୍ଲୋ ଭିଡିଓରେ କହୁଛନ୍ତି କି, କେମିତି ସେ ତରକାରୀପୂର୍ଣ୍ଣ ବାସନକୁ ଜଣେ ମହିଳାଙ୍କ ଉପରେ ଢାଳି ଦେଇଥିଲେ। ଆଉ ତାହା ବି ସେହି ମହିଳାଙ୍କ ଉପରେ, ଯିଏ ନିଜ ପୁଅ ବାହାଘରରେ ଧଳା ରଙ୍ଗର ଗାଉନ୍‌ ପିନ୍ଧିଥିଲେ। କିନ୍ତୁ ସେପଟେ ଏହି ଭୁଲ୍‌ ପାଇଁ ବୋହୂ ରାଗିବା ବଦଳରେ କ୍ଲୋଙ୍କୁ ୧୦୦ ଡଲାର ଖୁସିରେ ଦାନ କରିଦେଇଥିଲେ। ଏଥିସହ କହିଥିଲେ, ମୋ ଶାଶୁକୁ ମୋ ବିବାହରେ ଧଳା ରଙ୍ଗର କପଡ଼ା ପିନ୍ଧି ଆସିବାର ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.