କରୋନା ଭାଇରସ ପାଇଁ ବ୍ୟବହୃତ ମାସ୍କ ହୋଇପାରେ ଆପଣଙ୍କ ଶରୀରପାଇଁ ଘାତକ, ଜାଣନ୍ତୁ

କରୋନା ଭାଇରସର ଦ୍ୱିତୀୟ ଲହରୀ ପ୍ରଥମଠୁ ବି ବେଶ ଭୟଙ୍କର ବୋଲି କୁହାଯାଉଛି। ଏଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କ ରହିବା ଆବଶ୍ୟକ। କରୋନାରୁ ସୁରକ୍ଷିତ ରହିବା ପାଇଁ ମାସ୍କ, ସାନିଟାଇଜର ଓ ସାମଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେବି କିଛି ଅମାନିଆ ଅଛନ୍ତି ଯିଏ ଏହି ନିୟମକୁ ମାନୁ ନାହାନ୍ତି। ଯେଉଁମାନଙ୍କଠୁ ଅଧିକ ସଂକ୍ରମଣ ହେବାର ଭୟ ରହିଛି। ଏଥିରୁ ରକ୍ଷା ପାଇବା ପାଇଁ ଏକ୍ସପର୍ଟଙ୍କ ଦ୍ୱାରା କିଛି ଟିପ୍ସ ଦିଆଯାଇଛି। ଚାଲନ୍ତୁ ସେ ସଂପର୍କରେ ଜାଣିବା।

ମାସ୍କ ଲଗାଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ:

କରୋନାରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର କରିବା ପାଇଁ କୁହାଯାଉଛି। କିଙ୍ଗ ଜର୍ଜ ମେଡିକାଲ ୟୁନିର୍ଭସିଟି, ଲକ୍ଷ୍ନୌ ପଲମୋନରୀ ଆଣ୍ଡ କ୍ରିଟିକାଲ କେୟାର ମେଡିସିନ ହେଡ ଡା. ବେଦ ପ୍ର୍ରକାଶଙ୍କ କହିବା ଅନୁଯାୟୀ ମାସ୍କକୁ ବାହାରେ ବ୍ୟବହାର କରିବା ସମୟରେ ଅଧିକ ସଚେତନ ରହିବା ଆବଶ୍ୟକ। ଯେବେ ଆପଣ ମାସ୍କ ପିନ୍ଧି ବାହାରକୁ ଯାଆନ୍ତି ଓ ତା’ ସହ କରୋନା ସଂକ୍ରମିତଙ୍କ ସହ କଥା ହୁଅନ୍ତି , ତେବେ ଆପଣଙ୍କ ମାସ୍କରେ ଭାଇରସ ରହିବାର ସମ୍ଭାବନା ବଢ଼ିଯାଏ। ଏହାପରେ ଯଦି ଆପଣ ସେହି ମାସ୍କକୁ ନିଜ ପାଖରେ ରଖନ୍ତି କିମ୍ବା ହାତରେ ଧରନ୍ତି ତାହେଲେ ଭାଇରସ ଶରୀର ଭିତରେ ପ୍ରବେଶ କରିଥାଏ।

ସାଧାରଣତଃ ଲୋକେ ମାସ୍କ ବ୍ୟବହାର କଲା ପରେ ହାତ ଧୋଇବା କିମ୍ବା ସାନିଟାଇଜ କରିବାକୁ ଭୁଲି ଯାଆନ୍ତି। ଯାହା କାରଣରୁ ଭାଇରସ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ତେଣୁ ଆପଣଙ୍କୁ ସଚେତନ ରହିବାକୁ ପଡିବ । ଏଥିପାଇଁ ଆପଣ ମାସ୍କକୁ ପେପର ବ୍ୟାଗରେ ରଖନ୍ତୁ। ମାସ୍କକୁ ଧରିବା ପରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ। କୋଭିଡ ରୋଗୀ ହୋଇଥିଲେ ପ୍ରଥମେ ସର୍ଜିକାଲ ମାସ୍କ ଓ ତା’ ଉପରେ ଟାଇଟ ଫିଟେଡ ଲିନେନ ମାସ୍କ ଲଗାଇବା ଉଚିତ।

ଏହାସହ ସାନିଟାଇଜରର ବ୍ୟବହାର ମଧ୍ୟ ଠିକ ରୂପେ କରାଯିବା ଉଚିତ। ଏଥିପାଇଁ ପ୍ରଥମେ ହାତକୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ଧୁଅନ୍ତୁ। ଏହାପରେ ହାତକୁ ଭଲଭାବେ ସାନିଟାଇଜ କରନ୍ତୁ। ସ୍ପ୍ରେ ସାନିଟାଇଜର ବ୍ୟବହାର କରନ୍ତୁ।

You might also like