ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସିନେ ପ୍ରଯୋଜକ

ଭୁବନେଶ୍ୱର (କେ ନ୍ୟୁଜ୍) : ଓଲିଉଡରେ ଜଣେ ନବାଗତ ଅଭିନେତ୍ରୀ ଜଣେ ପ୍ରଯୋଜକଙ୍କ ବିରୋଧରେ ଆଣିଥିବା କାଷ୍ଟିଂ କାଉଚର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ ସିନେ ପ୍ରଯୋଜକ। ସେ କହିଛନ୍ତି ସଂପୃକ୍ତ ଯୁବତୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଜାଣି ଶୁଣି ତାଙ୍କର ମର୍ଯ୍ୟାଦା କ୍ଷୁଣ୍ଣ କରିବା ପାଇଁ ଏପରି ଅଭିଯୋଗ କରଯାଇଛି । ପୁଣି ଏକ ଜାଲ୍ ଆଇଡିରୁ ତାଙ୍କର ଫଟୋ ଛଡ଼ା ଯାଇଛି। ଯାହାକୁ ନେଇ ସେ ପୋଲିସ୍ରେ ଅଭିଯୋଗ ମଧ୍ୟ କରିଛନ୍ତି ।
ଏହା ସହ ପ୍ରଯୋଜକ ଜଣକ କହିଛନ୍ତି କି ସେ ଅନେକ ନବାଗତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ଦେଇଛନ୍ତି। ଯେଉଁମାନଙ୍କୁ ସୁଯୋଗ ମିଳି ପାରୁନାହିଁ ସେମାନେ ଈର୍ଷାନ୍ବିତ ହୋଇ ଏପରି ଅଭିଯୋଗ ଆଣୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର ପ୍ରମାଣ କିଛି ନାହିଁ। ତେଣୁ ଯୁବତୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ ଏବଂ ଏଭଳି ଅପପ୍ରଚାର ଆଦୌ ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି । ଏହା ବିରୋଧରେ ସେ ପଦକ୍ଷେପ ନେଇଥିବା ମଧ୍ୟ ଜଣାଇଛନ୍ତି ।
ଯୁବତୀ ଜଣକ ସଂପୃକ୍ତ ପ୍ରଯୋଜକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ ଫେସ୍ବୁକ୍ରେ ସେ ଅଶ୍ଳୀଳ ମେସେଜ୍ ପଠାଉଛନ୍ତି ।