ଶିଶୁକୁ ଜ୍ୱର ହେଲେ ତୁରନ୍ତ କରନ୍ତୁ ଏହି ଉପଚାର, ୫ ମିନିଟ୍‌ରେ ମିଳିବ ଆରାମ

ଯେତେବେଳେ ଶରୀର କୌଣସି ପ୍ରକାର ଇନ୍‌ଫେକ୍ସନ ସହ ଲଢ଼େ, ତ ଶରୀରର ତାପମାତ୍ରା ବଢ଼ିଯାଇଥାଏ। ନଚେତ୍‌ ଜ୍ୱର ଆସିଥାଏ। ସାମାନ୍ୟ ସର୍ଦ୍ଦି, କାଶ ଯୋଗୁ ବି ବେଳେବେଳେ ଜ୍ୱର ଆସିଥାଏ। କିନ୍ତୁ ଅନେକ ସମୟରେ ସ୍ଥିତି ଏମିତି ହୋଇଥାଏ କି, ଶରୀର ଜ୍ୱରରେ କମ୍ପି ଉଠିଥାଏ, ହେଲେ ଏହାର କାରଣ ଆମେ ଜାଣିପାରି ନ ଥାଉ, ଯାହାକି ଚିନ୍ତାଜନକ ବିଷୟ ପାଲଟିଥାଏ।

ଯଦି ଆପଣଙ୍କ ଶିଶୁ ସୁସ୍ଥ, ତ ଶରୀରର ତାପମାତ୍ରା ବଢ଼ିଗଲେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆପଣ ଘରେ ମାତ୍ର ୫ ମିନିଟ୍‌ ଭିତରେ ନିଜ ଶିଶୁ ଶରୀରର ତାପମାତ୍ରାକୁ କମ୍‌ କରିପାରିବେ। କିନ୍ତୁ ମନେ ରଖନ୍ତୁ, ପ୍ରବଳ ଜ୍ୱରକୁ ଯଦି ତୁରନ୍ତ ନିୟନ୍ତ୍ରଣ କରା ନ ଯାଇପାରେ, ତ ଏହା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏମିତି ସ୍ଥିତିରେ ଆପଣଙ୍କୁ ମେଡିକାଲ ପରାମର୍ଶ ନେବା ଜରୁରୀ। ଆଜି ଆମେ ଆପଣଙ୍କୁ କହିବୁ, ଘରେ ଆପଣ କେମିତି ଶିଶୁର ସାମାନ୍ୟ ଜ୍ୱରକୁ ଅର୍ଥାତ୍‌ ଶରୀରର ତାପମାତ୍ରାକୁ କମ୍‌ କରିପାରିବେ।

ଆଳୁ: ଦୁଇଟି ଆଳୁର ପେଷ୍ଟ ବନାଇ ନିଅନ୍ତୁ। ଏହି ପେଷ୍ଟକୁ ନିଜ ଶିଶୁର ମୋଜାରେ ଭର୍ତ୍ତି କରନ୍ତୁ। ପୁଣି ଏହି ମୋଜାକୁ ଶିଶୁକୁ ପିନ୍ଧାଇ ଦିଅନ୍ତୁ। ଏହା କିଛି ହିଁ ମିନିଟ୍‌ ଭିତରେ ବଢ଼ିଯାଇଥିବା ତାପମାତ୍ରାକୁ ଖସାଇ ପାରିବ।

ଓଦା କପଡ଼ା: ଏକ ସୂତା କପଡ଼ାକୁ ପାଣିରେ ବୁଡ଼ାନ୍ତୁ। ଏବେ ଏହାକୁ ଚିପୁଡ଼ି ଶିଶୁର ମଥା ଉପରେ ରଖନ୍ତୁ। କପଡ଼ାକୁ କିଛି ସମୟ ରଖିବାକୁ ଦିଅନ୍ତୁ ଏବଂ ଏହି ପ୍ରକ୍ରିୟାକୁ ସେ ପର୍ଯ୍ୟନ୍ତ ଦେହରାନ୍ତୁ, ଯେ ପର୍ଯ୍ୟନ୍ତ ଶରୀରର ତାପମାତ୍ରା ନ କମିଛି।

ତରଳ ପଦାର୍ଥ: ଆପଣ ଶିଶୁକୁ ଭରପୂର ମାତ୍ରାରେ ଥଣ୍ଡା ପେୟ ପଦାର୍ଥ ପିଆନ୍ତୁ। ଏହା ବହୁତ ଜରୁରୀ। ଶିଶୁକୁ ଦହି କିମ୍ବା ଆଇସ୍‌କ୍ରିମ୍‌ ଖୁଆଇ ପାରିବେ। ଏହା ଶିଶୁକୁ ହାଇଡ୍ରେଟ୍‌ ରଖିବ ଏବଂ ଶରୀରକୁ ଥଣ୍ଡା କରି ଜ୍ୱର କମାଇବ।

ଢ଼ିଲା କପଡ଼ା: ଆପଣ ଶିଶୁକୁ ଢ଼ିଲା କପଡ଼ା ପିନ୍ଧାଇ ଦିଅନ୍ତୁ। ଏହାଦ୍ୱାରା ଶରୀରକୁ ଆଶ୍ୱସ୍ତୀ ମିଳିବ ଏବଂ ତାପମାତ୍ରା କମ୍‌ ହୋଇଯିବ। କିନ୍ତୁ ଯଦି ଆପଣଙ୍କ ଶିଶୁକୁ ଥଣ୍ଡା ଲାଗୁଛି ଏବଂ ସେ କମ୍ପୁଛି, ତା’ହେଲେ ତାକୁ କମ୍ବଳ ଘୋଡ଼ାଇ ଦିଅନ୍ତୁ।

ପଙ୍ଖା ଚଲାନ୍ତୁ: ଆପଣ ପଙ୍ଖା ବ୍ୟବହାର କରନ୍ତୁ। କିନ୍ତୁ ମନେ ରଖନ୍ତୁ, ଯେପରି ଶିଶୁକୁ ଅଧିକ ସମୟ ପର୍ଯ୍ୟନ୍ତ ପଙ୍ଖା ସାମ୍ନାରେ ନ ବସାନ୍ତି। ଏଥି ସହିତ ପଙ୍ଖାର ସ୍ପୀଡ୍‌ ମଧ୍ୟ କମ୍‌ରେ ରଖନ୍ତୁ।

ଶିଶୁକୁ ଘରେ ହିଁ ରଖନ୍ତୁ: ଜ୍ୱର ହୋଇଥିଲେ, ଆପଣ ଶିଶୁକୁ ବାହାରକୁ ବାହାରିବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଜ୍ୱର ଆହୁରି ବଢ଼ି ଯାଇପାରେ। ନିଜ ଶିଶୁକୁ ଥଣ୍ଡା ସ୍ଥାନରେ ଆରାମ କରିବାକୁ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.