Below header

ଷ୍ଟୋର ରୁମରେ ପଶି ଦୁର୍ବୃତ୍ତ ନେଇଗଲେ ଅକ୍ସିଜେନ ସିଲିଣ୍ଡର, କିଛି ସମୟ ପାଇଁ କାମ ବନ୍ଦ କରିଦେଲେ ଡାକ୍ତର

କେନ୍ୟୁଜ୍(ବ୍ୟୁରୋ):  ଗୋଟିଏ ସ୍ଥାନରେ ଅକ୍ସିଜେନ୍‌ ଅଭାବ, ସେପଟେ ପର୍ଯ୍ୟାପ୍ତ ଅକ୍ସିଜେନ ଥିବା ସ୍ଥାନରୁ ଲୁଟ୍‌। ମଧ୍ୟପ୍ରଦେଶ ସରକାର ଗତକାଲି କହିଥିଲେ ତାଙ୍କ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ଅଛି। ଆଉ ଗତକାଲି ହିଁ ରାଜ୍ୟର ଦାମୋ ଜିଲ୍ଲା ହସ୍ପିଟାଲରୁ ଅକ୍ସିଜେନ ସିଲିଣ୍ଡର ଲୁଟ୍‌ର ଭିଡିଓ ସାମନାକୁ ଆସିଛି। ଅକ୍ସିଜେନ ଷ୍ଟୋର ରୁମରେ ପଶି ଦୁର୍ବୃତ୍ତ ଟେକି ନେଲେ ଅକ୍ସିଜେନ ସିଲିଣ୍ଡର।

ଦାମୋ ଜିଲ୍ଲା ହସ୍ପିଟାଲକୁ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇଛି। ଆଉ ସେହି କୋଭିଡ୍‌ ହସ୍ପିଟାଲରୁ ଅକ୍ସିଜେନ ସିଲିଣ୍ଡର ଚୋରି। ଲୁଟ୍‌ ଘଟଣା ପରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ କିଛି ସମୟ ପାଇଁ କାମ ବନ୍ଦ କରିଥିଲେ। ସୁରକ୍ଷା ବଢାଯିବା ପରେ ଆରମ୍ଭ ହୋଇଥିଲା କାମ। କେବଳ ମଙ୍ଗଳବାର ନୁହଁ, ସୋମବାର ମଧ୍ୟ ଏହି ହସ୍ପିଟାଲରୁ ଅକ୍ସିଜେନ ସିଲିଣ୍ଡର ଲୁଟ୍‌ ଘଟଣା ଘଟିଥିଲା। ପୋଲିସକୁ ରିପୋର୍ଟ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଦୁର୍ବୃତ୍ତ ପୁଣି ମଙ୍ଗଳବାର ଲୁଟ୍‌ କରିଥିଲେ।oxy

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.