Below header

୯ ମାସ ହେଲା ଦରମା ପାଇନଥିଲା ପୁଅ, ଆଠ ଦିନ ହେଲା ଘର ଛାଡିଛି ଯେ ଆଉ ଫେରୁନି

ରେଢ଼ାଖୋଲ (କେନ୍ୟୁଜ) : ଗୁମୁରି ଗୁମୁରି କାନ୍ଦୁଛି ମାଆ। ପୁଅର ଫେରିବା ବାଟକୁ ଚାହିଁ ବସିଛି ମାଆ। ପୁଅ ମୋର କେବେ ଆସିବ, ଶୋଇଥିଲା ଭୋରୁ କୁଆଡେ ଚାଲିଗଲା ମୋ ପୁଅ। ୧୨ ତାରିଖରୁ ଯାଇଛି ଯେ ଯାଇଛି ଆଉ ଫେରୁନି। ଘର ଫାଟକ ପାଖରେ ଚାହିଁ ଚାହିଁ ଲୁହ ଗଡାଉଛି ମାଆ। ପୁଅର କଥା ଭାବି ଭାବି କୋହ ସମ୍ଭାଳି ପାରୁନି ମାଆ। କାହିଁକିନା ଭେଣ୍ଡିଆ ପୁଅ ତାର କୁଆଡେ ଚାଲିଯାଇଛି। ଆଉ ଘରେ ତାର ଫେରିବା ବାଟକୁ ଚାହିଁବସିଛନ୍ତି ବୃଦ୍ଧ ବାପା ମାଆ।

ରେଢାଖୋଲ ଏନ୍ଏସି ଅନ୍ତର୍ଗତ ଗଣେଶନଗର, ୱାର୍ଡ୍ ନଂ-୮ ର ନାରାୟଣ ପ୍ରସାଦ ମହାରଣାଙ୍କ ପୁଅ ଆଦିତ୍ୟ କୁମାର ମହାରଣା ଗତ ୧୨ତାରିଖରୁ ଘରୁ କୁଆଡେ ଚାଲିଯାଇଛନ୍ତି। ଯିବାର ୮ ଦିନ ହୋଇଗଲାଣି ଏଯାଏଁ ଘରକୁ ଫେରୁନାହାଁନ୍ତି ପୁଅ ଆଦିତ୍ୟ। ଏପଟେ ହତାଶ ହୋଇ ପରିବାର ଲୋକେ ଚାରିଆଡେ ଖୋଜୁଛନ୍ତି, କିନ୍ତୁ ବର୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ସୂଚନା ମୁତାବକ ନିରୁଦ୍ଧିଷ୍ଟ ଆଦିତ୍ୟ ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ମୁଚିବାହାଲ ସେବାଶ୍ରମ ସ୍କୁଲରେ ଶିକ୍ଷକତା କରୁଥିଲେ। କିନ୍ତୁ ତାଙ୍କ ବାପାଙ୍କ କହିବାନୁଯାୟୀ ସେ ଦୀର୍ଘ ୯ ମାସ ଧରି ଦରମା ପାଉନଥିଲେ। ଏଣୁ ସେଇୟାକୁ ନେଇ ସେ ସବୁ ସମୟରେ ଅନ୍ୟମନସ୍କ ରହୁଥିଲେ। ପାହାଡ଼,ଜଙ୍ଗଲ,ସାଇପଡିଶା, ବନ୍ଧୁବାନ୍ଧବ ସମସ୍ତଙ୍କ ଘରକୁ ପରିବାର ଲୋକେ ଖବର ଦେଇଥିଲେ ମଧ୍ଯ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିପାରିନାହିଁ ଆଦିତ୍ୟଙ୍କର।

ବାପା, ମା ନଖାଇ ନପିଇ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ତେଣୁ ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଆଦିତ୍ୟଙ୍କର ପତ୍ତା ଲଗାଇବା। ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଯେପରି ଏହା ଲୋକଙ୍କ ପାଖରେ ପହଁଚିପାରିବ। ଯାହାଦ୍ୱାରା ଆଦିତ୍ୟ ଯେଉଁଠି ବି ଥିବେ ତାଙ୍କ ବାପା ମାଆଙ୍କ ପାଖକୁ ଫେରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.