ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ଯୋଜନାକୁ ୧ ବର୍ଷ ବଢ଼ାଇଲେ, ମିଳିଥାଏ ୫୦ ଲକ୍ଷ ଟଙ୍କାର କଭର

ସରକାର କରୋନା ଭାଇରସ୍‌ ମହାମାରୀ ସହ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଶ୍ୱସ୍ତୀ ଦେଇଛନ୍ତି। ସରକାର ସେମାନଙ୍କ ଲାଗି ବୀମା ଯୋଜନାକୁ ୧ ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି। ସୂଚନାଥାଉ କି, ସରକାର ଗତବର୍ଷ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ଯୋଜନା ଲଞ୍ଚ୍‌ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ ମଙ୍ଗଳବାର ରାତିରେ କହିଥିଲେ ଯେ ଆଗକୁ ୧ ବର୍ଷ ପାଇଁ ବୀମା ଯୋଜନା ବଢ଼ାଇ ଦିଆଯାଇଛି। ଅର୍ଥାତ୍‌ ଏବେ ଏହି ଯୋଜନା ୨୦ ଏପ୍ରିଲରୁ ଲାଗୁ ହେବ। ଏଥି ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିଥିଲା କି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(PMGKP) ଅଧୀନରେ କରୋନା ଯୋଦ୍ଧାମାନଙ୍କର ସମସ୍ତ ଦାବିକୁ ୨୪ ଏପ୍ରିଲ ସୁଦ୍ଧା ସ୍ଥିରିକୃତ କରାଯିବ ଏବଂ ଏହାପରେ ସେମାନଙ୍କ ପାଇଁ ଏକ ନୂଆ ବୀମା ପଲିସିକୁ ପ୍ରଭାବୀ ବନାଯିବ।

ମନ୍ତ୍ରାଳୟ ଟ୍ଵିଟ୍‌ କରି କହିଥିଲା, ନୂଆ ବ୍ୟବସ୍ଥାକୁ କରୋନା ଯୋଦ୍ଧାମାନଙ୍କୁ କଭର କରିବା ପାଇଁ ଉପଲବ୍ଧ କରାଯିବ ଏବଂ ଏଥିପାଇଁ ମନ୍ତ୍ରାଳୟ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ସହିତ କଥାବାର୍ତ୍ତା ଚଳାଇଛି। ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି, ଏହି ଯୋଜନା କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀମାନଙ୍କର ମନୋବଳ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। PMGKP ଅଧୀନରେ ୫୦ ଲକ୍ଷ ଟଙ୍କାର ବୀମା କଭର ଉପଲବ୍ଧ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.