ଭାରତରେ ଲଞ୍ଚ ହେଲା OnePlus ସ୍ମାର୍ଟଓ୍ଵାଚ, ଜାଣନ୍ତୁ ଏହାର ଜବରଦସ୍ତ ଫିଚର

ଆଜି ଅର୍ଥାତ ୨୧ ଅପ୍ରେଲରୁ OnePlus Watchର ଭାରତୀୟ ବଜାରରେ ପ୍ରଥମ ସେଲ ହେବାକୁ ଯାଉଛି। ଏହାର ବିକ୍ରି ଆଜିଠୁ ରେଡ କେବୁଲ କ୍ଲବ ମେମ୍ବରଙ୍କ ପାଇଁ OnePlus େଓ୍ଵବସାଇଟରେ ଆରମ୍ଭ ହୋଇସାରିଛି। ଅନ୍ୟ ୟୁଜର୍ସଙ୍କ ପାଇଁ ଏହା ୨୨ ଅପ୍ରେଲରୁ ଆମାଜନ ଓ ଫ୍ଲିପକାର୍ଟରେ ଦିନ ୧୨ଟାରୁ ବିକ୍ରି ଆରମ୍ଭ ହେବ। ତେବେ ଏହା କମ୍ପାନୀର ପ୍ରଥମ ସ୍ମାର୍ଟଓ୍ଵାଚ ଭାବେ ବଜାର ପ୍ରବେଶ କରିଛି। ଏହି ସ୍ମାର୍ଟଓ୍ଵାଚରେ ଏମୋଲେଡ ଡିସପ୍ଲେ ଦିଆଯାଇଛି। ଅନ୍ୟପକ୍ଷେ ଏହି ଓ୍ଵାଚ ସାହାଯ୍ୟରେ OnePlus ଟିିଭିକୁ ମଧ୍ୟ କଣ୍ଟ୍ରୋଲ କରାଯାଇପାରିବ।

ଦାମ୍‌:

ଲଞ୍ଚ ଅଫର ଅନୁଯାୟୀ ଆପଣ OnePlus Watchକୁ କମ୍ପାନୀର େଓ୍ଵବସାଇଟରେ ୧୪,୯୯୯ଟଙ୍କାରେ କିଣିପାରିବେ। ଏହାର ପ୍ରକୃତ ଦାମ୍‌ ୧୬,୯୯୯ ଟଙ୍କା ରହିଛି। ଅର୍ଥାତ ଅଫର ଅନୁଯାୟୀ ଆପଣଙ୍କୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ଛାଡ ମିଳିବ।

2222
pc: daily express

ସ୍ପେଶିଫିକେସନ:

OnePlus Watchରେ 1.39 ଇଞ୍ଚର HD ଏମୋଲେଡ ଡିସପ୍ଲେ ରହିଛି। ଯାହାର ରିଜଲ୍ୟୁସନ 454*454 ପିକ୍ସଲ ରହିଛି। ଡିସପ୍ଲେରେ କାର୍ଭଡ ଗ୍ଲାସର ପ୍ରୋଟେକ୍ସନ ରହିଛି। ଫୋନରେ ଆସୁୁଥିବା ସବୁ କଲ ଓ ମେସେଜର ଆଲର୍ଟ ମଧ୍ୟ ଜାଣିପାରିବେ। ଯଦି ଆପଣଙ୍କ ପାଖେ OnePlus ଟିଭି ଅଛି ତେବେ ଏହି ସ୍ମାଟଓ୍ଵାଚ ଦ୍ୱାରା କଣ୍ଟ୍ରୋଲ ମଧ୍ୟ କରିପାରିବେ।

ଏହି ସ୍ମାର୍ଟଓ୍ଵାଚର ଅନ୍ୟ ଏକ ଖାସ୍‌ କଥା ରହିଛି। ଆପଣ ଏହି କମ୍ପାନୀର ଟିଭି ଦେଖୁଥିଲେ ଏବଂ ଦେଖିବାର ୩୦ ମିନିଟ ଭିତରେ ଯଦି ଆପଣ ଶୋଇଯାଆନ୍ତି , ତେବେ ଏହି ସ୍ମାର୍ଟଓ୍ଵାଚ ଆପଣଙ୍କ ଟିଭିକୁ ଅଟୋମେଟିକ ଅଫ କରିଦେବ। ଫିଟନେସ୍‌ ପ୍ରେମୀଙ୍କ ପାଇଁ ମଧ୍ୟ ୧୧୦ ପ୍ରକାରର ଓ୍ଵାର୍କଆଉଟ ମୋଡ ରଖାଯାଇଛି।

ଏହାସହ ଷ୍ଟ୍ରେସ ଡିଟେକ୍ସନ, ବ୍ରେଥିଂ, ରାପିଡ ହାର୍ଟ ରେଟ ଆଦି ମାପି ପାରିବେ। କନେକ୍ଟିଭିଟି ପାଇଁ ଏହି ଓ୍ଵାଚରେ ବ୍ଲୁଟୁଥ ସହ GPS ସିଷ୍ଟମ ମଧ୍ୟ ରହିଛି। 405mAhର ବ୍ୟାଟେରୀ ସହ ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି। ଏହା ସପ୍ତାହ ପର୍ଯ୍ୟନ୍ତ ବ୍ୟାକଅପ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.