ଜବରଦସ୍ତ ରେକର୍ଡ କଲା ଇମ୍ରାନ ହାସ୍‌ମୀଙ୍କ ଗୀତ ‘ଲୁଟ୍‌ ଗୟେ’, ୬୦ ଦିନରେ ୫୦୦ ମିଲିୟନ ଭ୍ୟୁଜ୍‌

ଅଭିନେତା ଇମ୍ରାନ ହାସ୍‌ମୀ ବର୍ତ୍ତମାନ ହାପି ସ୍ପେସ୍‌ରେ ଅଛନ୍ତି। ତାଙ୍କ ସଙ୍ଗ୍‌ ‘ଲୁଟ୍‌ ଗୟେ’ ନୂଆ ରେକର୍ଡ କରିଛି। ଗୀତକୁ ପାଖାପାଖି ୬୦ ଦିନରେ ୫୦୦ ମିଲିୟନ ଭ୍ୟୁଜ୍‌ ମିଳି ସାରିଲାଣି। ଗୀତକୁ ସିଙ୍ଗର ଜୁବିନ ନୌଟିୟାଲ ଗାଇଛନ୍ତି। ଜୁବିନ ଓ ଇମ୍ରାନ ଦୁଇଜଣ ଯାକ ହିଁ ବହୁତ ଖୁସି ଏବଂ ଏକ୍ସାଇଟେଡ୍‌ ଅଛନ୍ତି। ଏ ନେଇ ସେମାନେ ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରିଛନ୍ତି।

ଜୁବିନ ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୋ କ୍ୟାରିୟରର ସବୁଠୁ ସ୍ପେଶାଲ ସଙ୍ଗ୍‌ ମଧ୍ୟରୁ ଏହା ଗୋଟିଏ। ଲୁଟ୍‌ ଗୟେ ଏବେ ଆଉ ଏକ ମାଇଲଷ୍ଟୋନ୍‌ ହିଟ୍‌ କରି ନେଇଛି। ଏହା ପ୍ରଥମ ହିନ୍ଦୀ ଗୀତ, ଯାହା ୟୁଟ୍ୟୁବ୍‌ରେ ୬୦ ଦିନରେ ୫୦୦ ମିଲିୟନ ଭ୍ୟୁଜ୍‌ ପାର୍‌ କରି ନେଇଛି। ସେପଟେ ଇମ୍ରାନ ବି ଲେଖିଛନ୍ତି, ‘ସତରେ, ଗୌରବ ଓ ସମ୍ମାନର ମୁହୂର୍ତ୍ତ। ଲିଜେଣ୍ଡାରୀ ସଙ୍ଗ୍‌ର ଅଂଶ ହୋଇଥିବାରୁ ମୁଁ କୃତଜ୍ଞ’।

ଏହି ଗୀତକୁ ଟି-ସିରିଜ୍‌ର ୟୁଟ୍ୟୁବ୍‌ ଚ୍ୟାନେଲରେ ରିଲିଜ୍‌ କରାଯାଇଛି, ଯାହାକୁ ଫ୍ୟାନମାନେ ବହୁତ ପସନ୍ଦ କରିଛନ୍ତି। ଏହାର ଷ୍ଟୋରୀକୁ ବି ଭଲ ରେସ୍‌ପନ୍ସ ମିଳିଛି। ଇନ୍‌ଷ୍ଟା ରିଲ୍ସରେ ଏହି ଗୀତ ଜବରଦସ୍ତ ହିଟ୍‌ ରହିଛି। ଗୀତରେ ଇମ୍ରାନ ହାସ୍‌ମୀ ଜଣେ ପୋଲିସ ଅଧିକାରୀର ଭୂମିକା ନିଭାଇଛନ୍ତି।

ଗୀତର ମ୍ୟୁଜିକ ତନିଷ୍କ ବାଗଚୀ ଦେଇଥିବା ବେଳେ ମନୋଜ ମୁନ୍ତଶିର ଲିରିକ୍ସ ଲେଖିଛନ୍ତି। ରାଧିକା ରାଓ ଓ ବିନୟ ସପ୍ରୁ ନିର୍ଦ୍ଦେଶନା ଦେଇଛନ୍ତି। କହି ରଖୁଛୁ, ଏହି ଗୀତ ଉସ୍ତାଦ ନୁସରତ ଫତେହ ଅଲୀ ଖାନଙ୍କ ଗୀତ ‘ଅାଁଖ ଉଠି ମୋହବ୍ଦତ’ର ରିମେକ ଭର୍ସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.