Below header

ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଟ୍ଯାଙ୍କ ଲିକ୍, ସପ୍ଲାଏ ବନ୍ଦ କରିବାରୁ ୨୨ ରୋଗୀ ମୃତ

ଡାକ୍ତରଖାନାରେ ଅକ୍ସିଜେନ ଟ୍ୟାଙ୍କ ଲିକ୍‌ରୁ ଅଘଟଣ। ଯୋଗାଣ ବ୍ୟାହତ ହେବାରୁ ଏଥିରେ ୨୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ନାସିକର ଜାକିର ହୁସେନ ହସ୍ପିଟାଲରେ ବଡ ଧରଣର ଦୁର୍ଘଟଣା । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ଭେଣ୍ଟିଲେଟରରେ ଥିବା ଓ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ପ୍ରଶାସନ କହିବା ମୁତାବକ, ଲିକ୍ ହେବା କାରଣରୁ ସପ୍ଲାଇ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଣ୍ଟରରେ ଥିବା ୨୨ ରୋଗୀଙ୍କ ଜୀବନ ଚାଲିଯାଇଥିଲା। କେମିତି ଓ କେଉଁ କାରଣରୁ ଏଭଳି ହେଲା ତାର ତଦନ୍ତ ଆରମ୍ଭ ହୋଇଛି । ଯେତେବେଳେ ଘଟଣା ଘଟିଥିଲା ସେହି ସମୟରେ ହସ୍ପିଟଚାଲରେ ପାଖାପାଖି ୧୭୦ ରୁ ଅଧିକ ରୋଗୀ ଥିଲେ । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.