ସ୍ତ୍ରୀଙ୍କ ଜନ୍ମଦିନରେ ଜହ୍ନରେ ଜାଗା କିଣି ଉପହାର ଦେଲେ ସ୍ୱାମୀ

ଢ଼େଙ୍କାନାଳ (କେନ୍ୟୁଜ) : ଜହ୍ନ ରାଇଜରେ ଜାଗାଟେ କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ନିଜ ପ୍ରେମିକାକୁ କିଏ ଜହ୍ନ ସହ ତୁଳନା କରେ ତ ଆଉ କିଏ ପ୍ରେମିକାକୁ ଜହ୍ନକୁ ନେଇଯିବାକୁ ସ୍ୱପ୍ନ ଦେଖାଏ। କିନ୍ତୁ ଏହି କଥା ଏବଂ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ଜଣେ ବ୍ୟକ୍ତି। ନିଜ ପତ୍ନୀଙ୍କୁ ସରପ୍ରାଇଜ ଦେଇ ଦେଇଛନ୍ତି ଜହ୍ନ ଉପହାର।

ପତ୍ନୀଙ୍କ ଜନ୍ମଦିନରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛି ବି କରିଥାନ୍ତି । କିଏ ଗିଫ୍ଟରେ ବହୁତ କାର କି ସୁନା ଗହଣା ଦେଇଥାନ୍ତି କିନ୍ତୁ ଜହ୍ନରେ ଜାଗା କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । ହେଲେ ନିଜ ପ୍ରାଣପ୍ରିୟାଙ୍କ ଖୁସି ପାଇଁ ଜହ୍ନରେ ଜାଗା କିଣି ସାରା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଢ଼େଙ୍କାନାଳର ଜଣେ ବ୍ୟକ୍ତି।

ବିବାହ ପରେ ପତ୍ନୀଙ୍କର ପ୍ରଥମ ଜନ୍ମଦିନରେ କିଛି ଅଲଗା କରିବାକୁ ଚାହିଁଥିଲେ ଢେଙ୍କାନାଳ କାରିଗର ସାହିର ମହମ୍ମଦ ସାଜନ। ସେଥିପାଇଁ ସେ ପତ୍ନୀ ନାଜିଆଙ୍କୁ ଉପହାର ସ୍ୱରୁପ ତାଙ୍କ ନାମରେ ଜହ୍ନରେ ଜାଗା କିଣିଛନ୍ତି । ନିଜ ପତ୍ନୀଙ୍କ ନାଁରେ ସାଜନ ଜହ୍ନରେ ୫୧୯ ଡଲାର ବ୍ୟୟରେ ୫ ଏକରର ଜମି କିଣିଛନ୍ତି ।

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜହ୍ନରେ ଜାଗା କିଣିଥିଲେ। ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ତାଙ୍କର ମୃତ୍ୟୁ ଘଟିଲା। ତେବେ ଏହି ଖବର ଶୁଣିବା ପରେ ସେତେବେଳେ ଏହାକୁ ନେଇ ଲୋକମାନଙ୍କ ଭିତରେ ଖୁବ୍‌ ଆଲୋଚନା ହୋଇଥିଲା। ଏହାକୁ ଶୁଣିବା ପରେ ସାଜନଙ୍କର ବି ଇଚ୍ଛା ହୋଇଥିଲା ଜହ୍ନରେ ଜାଗା କିଣି ସ୍ତ୍ରୀଙ୍କ ଜନ୍ମଦିନରେ ସରପ୍ରାଇଜ୍‌ ଦେବାକୁ। ସେଥିପାଇଁ ସେ ଗୁଗଲରେ ଲୁନାର ପ୍ରୋପଟୀ ସର୍ଚ୍ଚ କଲେ ଯାହାପରେ LUNAR Registry ଠାରୁ ସ୍ତ୍ରୀଙ୍କ ନାମରେ ୫ ଏକର ଜମି କିଣିପାରିଛନ୍ତି। ମହମ୍ମଦ ସାଜନ ଜଣେ ସପ୍ଟୟର ଇଞ୍ଜିନିୟର ଭାବେ କୁଏତରେ କାର୍ଯ୍ୟକରୁ୍ଥିବା ବେଳେ ଏବେ ଘରେ ରହି ନିଜର କାର୍ଯ୍ୟ ସଂପାଦନ କରୁଛନ୍ତି।

ତେବେ ସବୁ ଝିଅଙ୍କର ସ୍ୱପ୍ନ ଥାଏ ତାଙ୍କ ଜୀବନସାଥୀ ତାଙ୍କ ପାଇଁ ଜହ୍ନରେ ଜାଗା କିଣନ୍ତୁ । ଆଉ ଜୀବନସାଥୀ ମଧ୍ୟ ତାଙ୍କୁ ଜହ୍ନରେ ଜାଗା କିଣାଇଦେବାକୁ ସ୍ୱପ୍ନ ଦେଖାନ୍ତି । କିନ୍ତୁ ସାଜନ ନାଜିଆଙ୍କ ପାଇଁ ସତସତିକା ଜହ୍ନରେ ଜାଗା କିଣାଇଦେଇଛନ୍ତି। ଯାହାପରେ ସ୍ୱାମୀଙ୍କ ପାଖରୁ ଏମିତି ଏକ ଉପହାର ପାଇ ବେଶ୍‌ ଖୁସି ଅଛନ୍ତି ନାଜିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.