Below header

କେନ୍ଦୁଝର ବନ ବିଭାଗର ଆଉ ଏକ ସଫଳତା, ଧରାପଡିଲେ ୩ ଖଣିମାଫିଆ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଖଣିଜ ପଥର ଚୋରା ଚାଲାଣ ବୃଦ୍ଧି ପାଉ ଥିବା ବେଳେ ଗତକାଲି ପରେ ଆଜି ପୁଣି ଚମ୍ପୁଆ ବନାଞ୍ଚଳ ଅଧିକାରୀଙ୍କ ହାତରେ ଧରାପଡ଼ିଲେ ୩ ଖଣି ମାଫିଆ । ସେମାନଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡର ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ଜଣା ପଡ଼ିଛି ।

ଏମାନେ ସବୁ ଏକ ୧୪ ଚକିଆ ଟ୍ରକରେ ଚୋରା ଲୁହ ପଥର ନେଇ ଯାଉଥିବା ବେଳେ ବାମେଵାରୀ ଥାନା ଅନ୍ତର୍ଗତ ମାଲଦା ନିକଟରୁ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଟ୍ରକଟିକୁ କାବୁ କରିଥିଲେ । ପରେ ଆଜି କୋର୍ଟ ଚାଲାଣ କରା ଯାଇଛି । ସେହିପରି ଗତ ୧୯ ତାରିଖରେ ମଧ୍ୟ ଅନୁରୂପ ଭାବେ ଗୋଟିଏ ଚୋରା ଲୁହା ପଥର ବୋଝେଇ  ଡମ୍ଫରକୁ ଜଙ୍ଗଲ ବିଭାଗ ଜବତ କରିବା ସହ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.