Below header

ମାସ୍କ ଚେକିଙ୍ଗ ବେଳେ ପୋଲିସ ବାବୁଙ୍କୁ ମାଡ ମାରି ଚମ୍ପଟ ମାରିଲା ଯୁବକ, ଦେଖନ୍ତୁ ଭିଡିଓ

ଏ ଅମାନିଆଙ୍କୁ ଆଉ ପାରି ହେବନି। ନିଜକୁ ବଞ୍ଚାଇବା ତ ଦୂରର କଥା ଓଲଟି ଅନ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ଏମାନେ। ମୁହଁରେ ଏମାନଙ୍କୁ ମାସ୍କଟିଏ ଲଗାଇବାକୁ ଯେମିତି ଏମାନେ କୁଣ୍ଠାବୋଧ। ଯଦି କେହି ପଚାରୁଛନ୍ତି କିଛି ନବୁଝି ସେମାନଙ୍କୁ ଗାଳି ଗୁଲଜ କରୁଛନ୍ତି। ଏମାନେ ଭୁଲି ଯାଉଛନ୍ତି ଏହା କୌଣସି ପିଲାଖେଳ ନୁହେଁ। ଏମାନଙ୍କର ଏମିତି ଖାମଖିଆଲ ଯୋଗୁଁ ଭୟଙ୍କର ସ୍ଥିତି ହୋଇପାରେ।

ଏବେ ତ ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଦୈନିକ ସଂକ୍ରମଣ ୩ ଲକ୍ଷ ଧରିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୦୦ ପାର କରିଛି। ହସ୍ପିଟାଲରେ ବେଡ୍ ମିଳୁନାହିଁ। ତେବେ ଏଭଳି ପରିସ୍ଥିତିରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ କଣ ପ୍ରତିକ୍ରୀୟା ଦେଉଛନ୍ତି ଆମକୁ ଜଣାଇବେ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମାସ୍କ ପିନ୍ଧିନଥିଲା ବୋଲି ଥାନା ବାବୁ ତାଗିଦ କରୁଥିଲେ। କିନ୍ତୁ ଏଥିରେ ବିରକ୍ତ ହୋଇ ଥାନା ବାବୁଙ୍କୁ ଚାପୁଡ଼ା ମାରି ଫେରାର ହୋଇଗଲା ଅମାନିଆ ଯୁବକ। ଥାନାଧିକାରୀ ମାଡ଼ ଖାଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାପରେ ପୋଲିସ ବାବୁ ମାଡ ଖାଇବା ଜଣାପଡ଼ିବା ପରେ ଏବେ ଚାପରେ ଅଛି ପୋଲିସ୍‌।

ଏହି ଘଟଣାଟି ଉତ୍ତରପ୍ରଦେଶର ଖୁସିନଗରରେ ଘଟିଛି। ମାସ୍କ ଚେକିଂ ବେଳେ ଥାନାଧିକାରୀଙ୍କୁ ଯୁବକ ମାରିଥିବାର ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି। ମିଡିଆରେ ପ୍ରକାଶିତ ଖବର ଅନୁସାରେ ଫାଜିଲନଗର ଥାନା ଅଧିକାରୀ ଦଗବିଜୟ ସିଂହ ସରକାରୀ ଗାଡ଼ିରେ ବସି ଜଣେ ଯୁବକଙ୍କୁ ଗାଳି ଗୁଲଜ କରୁଥିଲେ। ଯିଏକି ମାସ୍କ ପିନ୍ଧିନଥିଲା। କିଛି ସମୟରେ ଯୁବକ ଜଣଙ୍କ ଦିଗବିଜୟଙ୍କ ଉପରେ ହାତ ଉଠାଇ ସେଠାରୁ ଦୌଡ଼ି ପଳାଇଯାଇଥିଲା । ପାଖରେ ଥିବା ଜଣେ କନେଷ୍ଟବଲ୍‌ ତାକୁ ଧରିବାକୁ ପଛେ ପଛେ ଦୌଡ଼ିଥିଲେ, କିନ୍ତୁ ଧରିବାରେ ବିଫଳ ହୋଇଥିଲେ।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ପୋଲିସ ଘଟଣାକୁ ନେଇ ତତ୍ପର ଅଛି। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ। ତେବେ ଏ ଭିଡିଓ ଦେଖି ଏହା ତ କହିହେବ ଯେ କେଉଁଠି ପୋଲିସ ମାଡ ଦେଉଛି ତ ଆଉ କେଉଁଠି ଲୋକଙ୍କ ଠାରୁ ମାଡ ଖାଉଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.