Below header

ଖୋର୍ଦ୍ଧା: ଟାଙ୍ଗୀ ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମୂଲ୍ୟବାନ କାଠ ସହ ବେଆଇନ କରତ କଳ ଜବତ

ଟାଙ୍ଗୀ(କେନ୍ୟୁଜ୍):  ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ  ଚଢ଼ାଉ । ଲକ୍ଷାଧିକ ଟଙ୍କାର କାଠ ଜବତ। ଖୋରଧା ଜିଲ୍ଲାର ଟାଙ୍ଗୀ ଥାନା ଭଜାଗଡ ଗ୍ରାମ ଜଙ୍ଗଲ ନିକଟରେ ଥିବା ଚୋରା କାଠ ଡିପୋ ଉପରେ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଓ ଭୂଷଣ୍ଡପୁର ଫରେଷ୍ଟରଙ୍କ ନେତୃତ୍ୱରେ ଅଚାନକ  ଚଢାଉ କରାଯାଇଥିଲା। ଏହି ସମୟରେ ବିପୁଳ ପରିମାଣର ଚୋରା  ମୂଲ୍ୟବାନ କାଠ ସହ  ବେଆଇନ କରତ କଳ ଜବତ କରାଯାଇଛି  ।

wood sezied

ଚଢାଉବେଳେ କାଠ ମାଫିଆମାନେ ଫେରାର ହୋଇଯାଇଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ବନବିଭାଗ କାଠ ଓ କରତକଳ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.