କ୍ଷୀର ସହ ମିଶାଇ ପିଅନ୍ତୁ ଏହି ଜିନିଷ, ତୁରନ୍ତ ବଢ଼ିବ ଇମ୍ୟନିଟି ପାଓ୍ଵାର

ଏବେ କରୋନା ଯେମିତି ପୂର୍ବ ଅପେକ୍ଷା ଅଧିକ ମାଡି ମାଡି ଆସୁଛି। ଏହି ଭାଇରସ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ନିହାତି ଆବଶ୍ୟକ। ତେଣୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ହେଲଦୀ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏଥିପାଇଁ ପୋଷକ ତତ୍ତ୍ୱ ଯୁକ୍ତ କ୍ଷୀର ପିଇବା ଆପଣଙ୍କ ପାଇଁ ବହୁତ ଉତ୍ତମ ରହିବ। ତେବେ ଏହି କ୍ଷୀରରେ କିଛି ଏମିତି ଜିନିଷ ମିଶାଇ ପିଅନ୍ତୁ ଯାହାଦ୍ୱାରା ଏହାର ପ୍ରଭାବ ଦ୍ୱିଗୁଣିତ ହୋଇଯିବ। ତେବେ ଆସନ୍ତୁ ଜାଣିବା ତାହା କେଉଁ ଜିନିଷ ଯାହାକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ହଳଦୀରେ ଆଣ୍ଟି-ଭାଇରସ୍, ଆଣ୍ଟି-କ୍ୟାନସର, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ତେଣୁ ଏକ ଚାମଚ ଗରମ କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ କରିଥାଏ ।

ଅଦାରେ ଭିଟାମିନ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏଥିପାଇଁ ଗରମ କ୍ଷୀରରେ ୧ ଚାମଚ ଅଦା ପେଷ୍ଟକୁ ଫୁଟାନ୍ତୁ । ପ୍ରସ୍ତୁତ କ୍ଷୀରକୁ ଛାଣି ପିଅନ୍ତୁ ।

ଡ୍ରାଏ ଫ୍ରୁଟ୍ସରେ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । କରୋନାରୁ ସୁରକ୍ଷିତ ରହିବା ସହିତ ମଧୁମେହ ଏବଂ ରକ୍ତଚାପ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ ଆପଣ ଡ୍ରାଏ ଫ୍ରୁଟ୍ସର ପାଉଡର ପ୍ରସ୍ତୁତ କରି ଏହାକୁ କ୍ଷୀରରେ ମିଶାଇ ମଧ୍ୟ ପିଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.