Below header

ପାଟିକୁ ବହୁତ ସୁଆଦ ଲାଗିବ ପନୀର ପ୍ୟାନ୍‌ କେକ୍‌, ଏପରି କରନ୍ତୁ ପ୍ରସ୍ତୁତ

ଓ୍ଵିକେଣ୍ଡରେ କେବଳ ପିଲା ନୁହେଁ ବଡ ମାନଙ୍କୁ ମଧ୍ୟ କିଛି ସ୍ପେଶାଲ ଖାଇବାକୁ ପସନ୍ଦ ହୋଇଥାଏ। ଯଦି ଆପଣ କିଛି ନୂଆ ସ୍ୱାଦ ଚାଖିବାକୁ ଚାହୁଁଛନ୍ତି ତାହେଲେ ଟ୍ରାଏ କରନ୍ତୁ ପ୍ୟାନକେକ୍‌। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସୁଜିର ବ୍ୟାଟର ବା ଘୋଳ ପାଇଁ

୧ କପ୍‌ ସୁଜି, ୩/୪ କପ୍‌ ଦହି, ୧/୨ ଚାମଚ ଲୁଣ, ୧/୨ କପ୍‌ ପାଣି, ୧/୨ ଚାମଚ ଇନୋ

ପନୀର ମିଶ୍ରଣ ପାଇଁ

୨ ଚାମଚ ତେଲ, ୧/୨ ପିଆଜ (ଛୋଟ କଟା ହୋଇଥିବା), ୧ ଗାଜର, ୨ ଚାମଚ ମଟର, ୨ ଚାମଚ ସ୍ୱିଟ୍‌ କର୍ଣ୍ଣ, ୨ ଚାମଚ ସିମଲା ଲଙ୍କା (ଛୋଟ କଟା ହୋଇଥିବା), ୧/୨ ଚାମଚ ଗୋଲ ମରୀଚ ପାଉଡର, ୧/୨ ଚାମଚ ଚିଲ୍ଲୀ ଫ୍ଲେକ୍ସ, ୧/୨ ଚାମଚ ଲୁଣ, ୧ କପ୍‌ ପନୀର (ଗ୍ରେଟ ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  • ଏକ ବଡ ଗିନାରେ ସୁଜି, ଦହି ଏବଂ ସ୍ୱାଦାନୁସାରେ ଲୁଣ ମିଶାନ୍ତୁ।
  • ୧/୨ କପ୍‌ ପାଣି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ ଏବଂ ଘୋଡାଇ ୧୦ ମିନିଟ୍‌ ପାଇଁ ରଖି ଦିଅନ୍ତୁ।
  • ଏକ ପ୍ୟାନରେ ୨ ଚାମଚ୍‌ ତେଲ ଗରମ କରନ୍ତୁ। ଏଥିରେ ପିଆଜ ପକାଇ ହାଲକା ଭାଜି ଦିଅନ୍ତୁ।
  • ଏହାପରେ ଏଥିରେ ଗାଜର, ମଟର, ସ୍ୱିଟ କର୍ଣ୍ଣ ଏବଂ ସିମଲା ଲଙ୍କା ପକାନ୍ତୁ।
  • ପରିବାକୁ କୁରକୁରା ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଏବେ ସେଥିରେ ୧/୨ ଚାମଚ ଗୋଲ ମରୀଚ ପାଉଡର, ୧/୨ ଚାମଚ ଚିଲ୍ଲି ଫ୍ଲେକ୍ସ, ୧/୨ ଚାମଚ୍‌ ଲୁଣ ପକାନ୍ତୁ।
  • ଏବେ ପନୀର ପକାଇ ଭଲଭାବେ ମିକ୍ସ କରନ୍ତୁ।
  • ପନୀରକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ଏହାପରେ ଏଥିରେ ସୁଜି ଘୋଳକୁ ପକାଇ ଦିଅନ୍ତୁ।
  • ଏହାବ୍ୟତୀତ ଏଥିରେ ଇନୋ ଏବଂ ୩ ଚାମଚ ପାଣି ପକାନ୍ତୁ।
  • ଏକ ପ୍ୟାନ୍‌ ନିଅନ୍ତୁ ଏବଂ ସେଥିରେ ତେଲ ପକାନ୍ତୁ। ଏହାପରେ ପନୀର ଘୋଳକୁ ଚାମଚ ସାହାଯ୍ୟରେ ସମାନ ଭାବେ ମିଶାନ୍ତୁ।
  • ୨ ମିନିଟ୍‌ ଘୋଡାଇ ବେସକୁ ଭଲଭାବେ ଫ୍ରାଏ କରନ୍ତୁ।
  • ଏହାପରେ ଏହାକୁ ଓଲଟାଇ ଆଉ ଏକ ପାର୍ଶ୍ୱକୁ ବି ଫ୍ରାଏ କରନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପାନକେକ୍‌, ଏହାକୁ ଚଟଣୀ କିମ୍ବା ସସ୍‌ ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.