Below header

ଏବେ ମାର୍କେଟରେ ମୂଳା ଶସ୍ତା, ଆଜି ହିଁ ବନାନ୍ତୁ ଟେଷ୍ଟୀ ମୂଳା ପରଟା

ଏବେ ମାର୍କେଟରେ ମୂଳା ବହୁତ ଶସ୍ତା। ଏବେ ଆପଣ ଚାହିଁଲେ ଘରେ ମୂଳା ପରଟା ବନାଇ ଖାଇପାରିବେ। ଆଳୁ ପରଟା ଖାଇଖାଇ ଯଦି ବୋର ହୋଇଗଲେଣି ତାହେଲେ ଆଜି ପ୍ରସ୍ତୁତ କରନ୍ତୁ ମୂଳା ପରଟା। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ପରଟା ପାଇଁ ଆବଶ୍ୟକୀୟ ସାମଗ୍ରୀ

  • ୨ କପ୍ ଅଟା
  • ତେଲ ଅଳ୍ପ
  • ପରଟାରେ ଭିତରେ ଭରିବା ପାଇଁ ସାମଗ୍ରୀ
  • ୨ କପ୍ ମୂଳା କଦ୍ଦୁକସ୍ ହୋଇଥିବା
  • ୨ ଚାମଚ ଧନିଆ ପତ୍ର କଟା ହୋଇଥିବା
  • ୧ ଚାମଚ ଅଦା (କଟା ହୋଇଥିବା)
  • ୧ ଚାମଚ କଟା କଞ୍ଚା ଲଙ୍କା
  • ୧ ଚାମଚ ଲୁଣ
  • ୧ ଚାମଚ ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ

ମୂଳା ପରଟା ବନାଇବା ପାଇଁ ସର୍ବପ୍ରଥମେ ଅଟାକୁ ଚକଟି ଛୋଟ ଛୋଟ ଗୁଳା କରିଦିଅନ୍ତୁ। ଏହି ଗୁଳାକୁ ରୁଟି ଭଳି ପତଳା ବେଲି ଦିଅନ୍ତୁ। ଏହାପରେ ଏହାର ମଝାମଝିରେ ଷ୍ଟଫିଙ୍ଗ ପାଇଁ ରଖିଥିବା ସାମଗ୍ରୀକୁ ଭରିଦିଅନ୍ତୁ। ଏହାପରେ ଏହାର ଚାରିକଡରେ ସାମାନ୍ୟ ପାଣି ଲଗାଇ ବନ୍ଦ କରିଦିଅନ୍ତୁ। ଏବେ ଏହାକୁ ଚାରିପଟରୁ ଭଲଭାବେ ବନ୍ଦ କରି ତାଓ୍ଵାରେ ସେକି ଦିଅନ୍ତୁ। ଏହାକୁ ଓଲଟପାଲଟ କରି ଫ୍ରାଏ କରନ୍ତୁ। ଏହା ଦୁଇ ସାଇଡରୁ ସେକି ହେଲା ପରେ ତାଓ୍ଵାରୁ ବାହାର କରି ଦିଅନ୍ତୁ । ଆଉ ଗରମ ଗରମ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.