ନିଆଁ କବଳରୁ ଅଳ୍ପକେ ରକ୍ଷା ପାଇଲେ ଏହି ବଲିଉଡ ଅଭିନେତ୍ରୀ, ଅଧା ରାତିରେ ଘରେ ଲାଗି ଯାଇଥିଲା ଭୟଙ୍କର ନିଆଁ

ଦଙ୍ଗଲ ଫେମ ତଥା ବଲିଉଡ ଫାତିମା ଶେଖଙ୍କ ମୁମ୍ବାଇ ସ୍ଥିତ ଘରେ ଅଚାନକ ନିଆଁ ଲାଗିଗଲା । ଏହା ପରେ ଅଭିନେତ୍ରୀ ଜଣଙ୍କ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଆଉ ଫାୟାର ବ୍ରିଗେଡ ଟିମ ଘଟଣା ସ୍ଥଳରେ ପହଂଚି ନିଆଁକୁ କାବୁ କରି ନେବାରେ ସକ୍ଷମ ହୋଇଥିଲେ । ଫାତିମା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏହା ସହ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଫାୟାର ବ୍ରିଗେଡର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ପ୍ରକୃତରେ ଗୁରୁବାର ବିଳମ୍ବିତ ରାତିରେ ଫାତିମାଙ୍କ ମୁମ୍ବଈ ସ୍ଥିତ ଘରେ ହଟାତ ନିଆଁ ଲାଗି ଯାଇଥିଲା । କିନ୍ତୁ ଭାଗ୍ୟବଶତଃ ନିଆଁ ଅଧିକ ବ୍ୟାପି ନ ଥିଲା । ଘଟଣାରେ କାହାର କିଛି କ୍ଷତି ହୋଇଥିବା ବେଳେ ବିଶେଷ କିଛି ଧନସମ୍ପତ୍ତି ମଧ୍ୟ ନଷ୍ଟ ହୋଇନାହିଁ । କହିରଖିବା ଉଚିତ ହେବକି ଅଧିକାଂଶ ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଫାତିମା ।

ଏହି ନିକଟରେ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଶାଢ଼ୀ ପିନ୍ଧା ଫଟୋ ମଧ୍ୟ ସେୟାର କରିଥିଲେ । ପିଙ୍କ କଲର ଶାଢ଼ୀ ପିନ୍ଧା ଫଟୋରେ ଖୁବ ସୁନ୍ଦର ଦେଖାଯାଉଥିଲେ ଫାତିମା । ଶାଢ଼ୀ ସହିତ ହେଭି ଏମବିରୋଡେରୀ ସ୍ଲୀବ୍ଲେସ ବ୍ଲାଉଜ ମଧ୍ୟ ପିନ୍ଧିଥିଲେ ଫତିମା । ଏହାବାଦ ମ୍ୟାଚିଙ୍ଗ ଗହଣା ପିନ୍ଧିଥିବା ଦେଖାଯାଇଥିଲା । ଖାଲି ସେତିକି ନୁହେଁ ଅମୀର ଖାନଙ୍କ ଝିଅ ଇରା ବି ଫାତିମାଙ୍କ ଏହି ଲୁକକୁ ଖୁବ ପସନ୍ଦ କରିଥିଲେ । ଆଉ କମେଣ୍ଟରେ ଲେଖିଥିଲେ “ଲଭ ଦିସ ଶାଢ଼ୀ” । ଫାତିମା ନିକଟରେ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମଙ୍କ ଫିଲ୍ମ “ଲୁଡୋ” ରେ ନଜର ଆସିଥିଲେ । ଆଉ ଏଥିରେ ତାଙ୍କ ସହ ରାଜ କୁମାର ରାଓ, ଅଭିଶେଖ ବଚ୍ଚନ, ପଙ୍କଜ ତ୍ରିପାଠୀ ମଧ୍ୟ ମୁଖ୍ୟ ଭୂମିକା ନିଭେଇଥିବା ଦେଖା ଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.