Below header

ଖୁବ ସହଜରେ ଘରେ ବନାନ୍ତୁ “ସ୍ପେଶାଲ ବାଦାମ ସେକ”, ଓପାସ ଦିନ ପାଇଁ ଏକ ଭଲ ଖାଦ୍ୟ

ଋତୁ ବଦଳିଲେ ସାଧାରଣତଃ ଦେହ ଖରାପ ହୋଇଥାଏ । ଏହା ସହ ପୂଜାପାର୍ବଣରେ ଓପାସ ରଖିଲେ ବି ଶରୀର ଦୁର୍ବଳ ଲାଗିଥାଏ | ତେଣୁ ଏଭଳି ସମୟରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । ଏହି କାରଣରୁ ଆଜି ଆମେ ଆପଣଙ୍କ ପାଇଁ “ବାଦାମ ସେକ” ର ଅତି ସହଜ ରେସିପି ନେଇ ଆସିଛୁ । ଯାହାକୁ ଆପଣ ଅତି ସହଜରେ ଘରେ ବନେଇ ପାରିବେ ଆଉ ଏହାକୁ ପିଇ ସୁସ୍ଥ ରହିବେ | ତେବେ ଆସନ୍ତୁ ଆଗ ପ୍ରଥମେ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ଜାଣିରଖିବା ।

ଆବଶ୍ୟକ ସାମଗ୍ରୀ:

– ବାଦାମ ୨୦ ରୁ ୩୦ ଟି

– ୩ କପ କ୍ଷୀର

– ୩ ଛୋଟ ଚାମଚ ଲୋ କ୍ୟାଲୋରୀ ସ୍ବିଟନର

– ଅଧା ଚାମଚ ଗୁଜୁରାତି ଗୁଣ୍ଡ

– ଦେଢ଼ ଚାମଚ କଷ୍ଟର୍ଡ଼ ପାଉଡ଼ର

badam shake

– ଗୋଟେ ଚୁଟକୀ କେଶର

– ଅଧା ଚାମଚ ତାଜା କ୍ରିମ

ପ୍ରସ୍ତୁତି ପ୍ରଣାଳୀ:

ବାଦାମ ସେକ ବନାଇବା ପାଇଁ ପ୍ରଥମେ ଏକ ନନଷ୍ଟିକ ଗହିରିଆ ପ୍ୟାନରେ ୨ କପ କ୍ଷୀର ଗରମ କରନ୍ତୁ । ଏବେ ସେଥିରେ ଲୋ କ୍ୟାଲୋରୀ ସ୍ଵିଟନର, ଗୁଜୁରାତି ଗୁଣ୍ଡ, କଷ୍ଟର୍ଡ଼ ପାଉଡ଼ର ପକାନ୍ତୁ । ଏବେ ଏହି ମିଶ୍ରଣକୁ ଧିମା ଆଁଚରେ ୧୦ ରୁ ୧୫ ମିନିଟ ପାଇଁ ଫୁଟାନ୍ତୁ | ମଝିରେ ମଝିରେ ଧୀରେ ଧୀରେ ଗୋଳାନ୍ତୁ ।

ଏବେ ଏକ ଗ୍ରାଇଣ୍ଡରରେ ପୂର୍ବରୁ ବତୁରା ଯାଇଥିବା ବାଦାମ ନିଅନ୍ତୁ ଓ ଆଉ ବଳକା କ୍ଷୀର କିଛି ନିଅନ୍ତୁ । ଏବେ ଏଥିରେ କ୍ରିମ ଦିଅନ୍ତୁ ଆଉ ଭଲ ଭାବରେ ଗ୍ରାଇଣ୍ଡ କରନ୍ତୁ ।

ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଫୁଟାନ୍ତୁ । ଏବେ ଏଥିରେ କେଶର ଦିଅନ୍ତୁ । ଏବେ ଏଥିରେ ତାଜା କ୍ରିମ ଦିଅନ୍ତୁ ।

ଏବେ ପ୍ୟାନକୁ ଗ୍ୟାସରୁ ଓଲ୍ହାନ୍ତୁ | ଏବେ ଏହାକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ | ଏବେ ଏହାକୁ ଗ୍ଲାସକୁ କାଢି ଗୁଜୁରାତି ଗୁଣ୍ଡ ଓ କେଶର ଦେଇ ସଯାନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.