ଗାଧୋଉଥିବା ସମୟରେ ବୁଡି ଗଲେ ୩ ଜଣ ଯୁବକ, ୨ ଉଦ୍ଧାର, ଜଣେ ନିଖୋଜ

ଯାଜପୁର (କେନ୍ୟୁଜ) : ନାଳରେରେ ଗାଧୋଉଥିବା ସମୟରେ ବୁଡି ଗଲେ ୩ଜଣ ଯୁବକ। ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।

ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅଙ୍ଗାଲୋ ପଞ୍ଚାୟତ ଢ଼ିହବାରିଙ୍ଗି ଗ୍ରାମ ନିକଟ ପଣ୍ଡୁଆ ନାଳରେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ରାମଚନ୍ଦ୍ର ରାଉତଙ୍କ ପୁଅ ନବ କିଶୋର ରାଉତ ବୋଲି ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.