ସୁପରହିଟ୍‌ ସାଉଥ୍‌ ଫିଲ୍ମ ‘ବିକ୍ରମବେଦ’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ ହ୍ରିତିକ-ସୈଫ୍‌, ଏହି ତାରିଖରେ ହେବ ରିଲିଜ୍‌

ଏକାଠି କାମ କରିବାକୁ ଯାଉଛନ୍ତି ହ୍ରିତିକ୍‌ ରୋଶନ ଓ ସୈଫ୍‌ ଅଲ୍ଲୀ ଖାନ୍‌। ଉଭୟେ ସୁପରହିଟ୍‌ ତାମିଲ ଫିଲ୍ମ ‘ବିକ୍ରମ ବେଦ’ର ହିନ୍ଦୀ ରିମେକ୍‌ରେ କାମ କରିବେ। ଏହାର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି ଫିଲ୍ମ ୩୦ ସେପ୍ଟେମ୍ବର ୨୦୨୨ରେ ରିଲିଜ୍‌ ହେବ।

ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଫିଲ୍ମରେ ପୁଷ୍କର-ଗାୟତ୍ରୀ ହିଁ ନିର୍ଦ୍ଦେଶନା ଦେବେ। ସେ ଏହାର ଅରିଜିନାଲ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

 

View this post on Instagram

 

A post shared by Taran Adarsh (@taranadarsh)

ଅରିଜିନାଲ ତାମିଲ ଫିଲ୍ମରେ ଆର.ମାଧବନ ଓ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମ ବିକ୍ରମ-ବେତାଳର ଐତିହାସିକ କାହାଣୀ ଉପରେ ଆଧାରିତ, ଯେଉଁଥିରେ ଏକ ବୁଦ୍ଧିମାନ ଗ୍ୟାଙ୍ଗଷ୍ଟର ସବୁବେଳେ ଜଣେ ପୋଲିସ କବଳରୁ ଖସିଯାଏ। ଏଭଳି ଫିଲ୍ମରେ ସୈଫ ଅଲ୍ଲୀ ଖାନ୍‌ ଓ ହ୍ରିତିକ ରୋଶନ୍‌ଙ୍କୁ ଏକାଠି ଦେଖିଲେ ନିଶ୍ଚୟ ଭାବେ ମଜା ଲାଗିବ। ଖୁବ୍‌ଶୀଘ୍ର ଫିଲ୍ମର ସୁଟିଂ ତାରିଖ ଘୋଷଣା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.