Below header

ମେକ୍‌ଅପ୍‌ କରିବା ଠିକ୍‌ ଭାବେ ଜାଣିନାହାନ୍ତି କି ? ଜାଣନ୍ତୁ କିପରି ଭାବେ ନିଜ ମୁହଁରେ ଗ୍ଲୋ ଆଣିବେ

କୁହାଯାଏ ଯେ ମେକଅପ୍ କରିବା ମଧ୍ୟ ଏକ କଳା ହୋଇଥାଏ । ଯଦି ଆପଣ ମେକଅପ୍ ପ୍ରଡକ୍ଟ କିଣୁଛନ୍ତି । କିନ୍ତୁ ସେହି ମେକ୍‌ଅପ୍‌କୁ ଆପଣ କିପରି ନିଜ ଫେସ୍‌ରେ ଲଗାଇବେ ତାହା ଜାଣିନାହାନ୍ତି । ତେବେ ଏହା ଆପଣଙ୍କ ମୁହଁକୁ ସୁନ୍ଦର କରିପାରିବ ନାହିଁ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ ଫେସ୍‌ରେ କିପରି ଭାବେ ଫାଉଣ୍ଡେସନ୍ ଲଗାଇବେ ।

ବର୍ତ୍ତମାନ ସମୟରେ ଆମେ ବାହାରକୁ ବୁଲିବା ପାଇଁ ଯିବା ମାତ୍ରେ ନିଜ ମୁହଁକୁ ସୁନ୍ଦର ଭାବେ ସଜାଇ ଥାଉ । ତେବେ କୁହାଯାଏ ଯେ ମେକଅପ୍ କରିବା ମଧ୍ୟ ଏକ କଳା ହୋଇଥାଏ । ଯଦି ଆପଣ ମେକଅପ୍ ପ୍ରଡକ୍ଟ କିଣୁଛନ୍ତି । କିନ୍ତୁ ସେହି ମେକ୍‌ଅପ୍‌କୁ ଆପଣ କିପରି ନିଜ ଫେସ୍‌ରେ ଲଗାଇବେ ତାହା ଜାଣିନାହାନ୍ତି । ତେବେ ଏହା ଆପଣଙ୍କ ମୁହଁକୁ ସୁନ୍ଦର କରିପାରିବ ନାହିଁ । ତେଣୁ ମେକଅପ୍ କିପରି କରିବେ ତାହା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ । ଏହି ସବୁ ମଧ୍ୟରୁ ଗୋଟିଏ ହେଉଛି ଫାଇଣ୍ଡେସନ୍‌ ଲଗାଇବା । ତେବେ ଫେସ୍‌ ଗ୍ଲୋ କରିବା ଓ ସୁନ୍ଦର ଦେଖା ଯିବା ପାଇଁ ଫାଉଣ୍ଡେସନ୍ ବ୍ୟବହାର କରାଯାଏ । କିନ୍ତୁ ଫାଉଣ୍ଡେସନ କିପରି ଲଗାଇବେ ତାହା ଅଧିକାଂଶ ଲୋକ ଜାଣି ନାହାନ୍ତି । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ ଫେସ୍‌ରେ କିପରି ଭାବେ ଫାଉଣ୍ଡେସନ୍ ଲଗାଇବେ ।

ଫେସ୍‌ରେ ଫାଉଣ୍ଡେସନ୍ ଲଗାଇବାର ସଠିକ୍ ଉପାୟ :

ପ୍ରାଇମର୍ ଲଗାଇବା ଆବଶ୍ୟକ ହୋଇଥାଏ :
ସେଥିପାଇଁ ପ୍ରଥମେ ଏହା ଜାଣିବା ଉଚିତ୍ ଯେ ଫେସ୍‌ରେ ମେକଅପ୍ ଲଗାଇବା ପୂର୍ବରୁ ଫାଉଣ୍ଡେସନ୍ ଅର୍ଥାତ୍ ପ୍ରାଇମର୍ ଲଗାଇବା କେତେ ଜରୁରୀ । ଏହା ମୁହଁରେ କୌଣସି ପ୍ରକାରର କିଛି ଦାଗ ଥିଲେ ଏବଂ ମୁହଁ କଲର କମ୍‌ ଥିଲେ ତାକୁ ଠିକ୍‌ କରିଥାଏ । ଯେଉଁଥି ପାଇଁ ମୁହଁ ଚିକ୍କଣ ଦେଖାଯାଏ ଏବଂ ଫେସ୍‌ରେ ମେକଅପ୍ କରିବା ପରେ ଗ୍ଲୋ ଆସିଯାଏ ।

କନ୍ସିଲର୍ ପରେ ଫାଉଣ୍ଡେସନ୍ ଲଗାନ୍ତୁ :
ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରଥମେ ଫାଉଣ୍ଡେସନ ଲଗାନ୍ତି ଓ ତାପରେ ଆଖି ତଳେ ଏବଂ ଫେସ୍‌ର ଅନ୍ୟାନ୍ୟ ସ୍ଥାନରେ କନ୍ସିଲର୍ ବ୍ୟବହାର କରନ୍ତି । ତେବେ ଏହା କରିବା ଭୁଲ ହୋଇଥାଏ, ସେଥିପାଇଁ ପ୍ରଥମେ ଫାଉଣ୍ଡେସନ ଲଗାଇବା ଉଚିତ ଏବଂ ତାପରେ କନ୍ସିଲର୍ ଲଗାଇବା ଉଚିତ । ଏହା ଦ୍ୱାରା ଫେସ୍‌ରେ ଦାଗ ଦେଖାଯିବ ନାହିଁ ଏବଂ କଲର ମଧ୍ୟ ଠିକ୍‌ ଦେଖାଯିବ ।

କନ୍ସିଲର୍ ସେଟ୍ କରିବାକୁ ସମୟ ଦିଅନ୍ତୁ :
ମୁହଁରେ କନ୍ସିଲର୍ ଲଗାଇବା ପରେ ଏହାକୁ କିଛି ସମୟ ପାଇଁ ଛାଡି ଦେବା ଉଚିତ୍ । ତେବେ ଆପଣ ଏହା ଜାଣିବା ଉଚିତ୍ ଯେ କନ୍ସିଲର୍ ସେଟ୍ କରିବାକୁ କିଛି ସମୟ ନେଇଥାଏ । ଏହା ସହିତ ଏହା ମୁହଁରେ ଭଲ ଭାବରେ ମିଶିଥାଏ ।

ଜଲାଇନ୍‌ ଏବଂ ନାକ ଟିପ୍ ଉପରେ ଧ୍ୟାନ ଦେବା :
ଯେତେବେଳେ ଆପଣ ଫାଉଣ୍ଡେସନ ବ୍ୟବହାର କରନ୍ତି, ସେହି ସମୟରେ ଜଲାଇନ୍‌ ଏବଂ ନାକ ଟିପ୍ ଉପରେ ଅଧିକ ଧ୍ୟାନ ଦେବେ । ଆପଣ ଯଦି ଫେସ୍‌ରେ କନ୍ସିଲର୍ ଏବଂ ଫାଉଣ୍ଡେସନକୁ ଭଲ ଭାବେ ଲଗାଉଛନ୍ତି ଓ ତାକୁ ନିଜ ମୁହଁରେ ଭଲ ଭାବେ ମିଶିବା ପାଇଁ ଦେଉଛନ୍ତି । ଦେଖିବେ ଏହାପାରେ ଆପଣଙ୍କ ମୁହଁ ବହୁତ ସୁନ୍ଦର ଦେଖାଯିବ ଓ ଗ୍ଲୋ କରିବାକୁ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.