Below header

ଆସନ୍ତାକାଲି ନାଗ ଚତୁର୍ଥୀ, ସର୍ପ ଦେବତାଙ୍କ ଆଶୀର୍ବାଦ ଲାଭ ପାଇଁ ହେବ ପୂଜାର୍ଚ୍ଚନା

ଆସନ୍ତା କାଲି ଶୁକ୍ରବାର ପାଳିତ ହେବ ନାଗ ଚତୁର୍ଥୀ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହି ଉତ୍ସବକୁ ପାଳନ କରାଯାଏ । ଏହି ଅବସରରେ ନାଗ ଦେବତାଙ୍କୁ ଲୋକେ ପୂଜା କରନ୍ତି । ବିଶେଷ ଭାବରେ ଭାରତର ଉତ୍ତର ଓ ଦକ୍ଷିଣାଞ୍ଚଳରେ ଏହି ପର୍ବକୁ ପାଳନ କରାଯାଏ । ତେବେ ଆମ ଓଡ଼ିଶାରେ ମଧ୍ୟ ନାଗ ଚତୁର୍ଥୀକୁ ମହିଳାମାନେ ଅତ୍ୟନ୍ତ ଭକ୍ତିର ସହ ପାଳନ କରିଥାନ୍ତି । ଉପବାସ ରହି ଏହି ପର୍ବକୁ ଖୁବ୍‌ ନିଷ୍ଠାର ସହିତ ପାଳନ କରାଯାଇଥାଏ । ନହେଲେ ନାଗ ଦେବତା କ୍ରୋଧ କରିବେ ବୋଲି ବିଶ୍ୱାସ ରହିଛି ।

ମହିଳାମାନେ ନିଜର ସ୍ୱାମୀ ଏବଂ ସନ୍ତାନଙ୍କ ମଙ୍ଗଳକାମନା କରି ନାଗ ଚତୁର୍ଥୀ ବ୍ରତ ପାଳନ କରନ୍ତି । ସେମାନଙ୍କ ଦୀର୍ଘ ଜୀବନ କାମନା କରିବା ସହ ସମସ୍ତ ଦୁଃଖ କଷ୍ଟ ଏବଂ ଅନିଷ୍ଟରୁ ପରିବାରକୁ ବଞ୍ଚାଇ ରଖିବାକୁ ପ୍ରାର୍ଥନା କରିଥାନ୍ତି । ନାଗଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ଦିର ଏବଂ ହୁଙ୍କାମାନଙ୍କ ନିକଟକୁ ଯାଇ ବ୍ରତଧାରୀମାନେ କ୍ଷୀର ଏବଂ ଜଳାଭିଷେକ କରିଥାନ୍ତି । ଏହି ସମୟରେ ସର୍ପସୁକ୍ତ ମଧ୍ୟ ପାଠ କରାଯାଏ ।

ନାଗ ଚତଚର୍ଥୀରେ ୯ଟି ବିଶିଷ୍ଟ ସର୍ପ ଦେବତାଙ୍କ ଆଶୀର୍ବାଦ ଲୋଡ଼ିଥାନ୍ତି ଭକ୍ତମାନେ । ସେମାନଙ୍କ ମଧ୍ୟରେ ଅଛନ୍ତି ଅନନ୍ତ, ବାସୁକୀ, ଶେଷ, ପଦ୍ମନାଭ, କାମ୍ବାଲା, ଧୃତରାଷ୍ଟ୍ର, ଶଙ୍ଖପାଳ, ତକ୍ଷକ ଏବଂ କାଳୀୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.