ପୂରା ଦିନକ ଭିତରେ ଭିଟାମିନ ଡି ନେବାର ସର୍ବୋତ୍କୃଷ୍ଟ ସମୟ କ’ଣ ଜାଣନ୍ତୁ, ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ

ଶରୀର ପାଇଁ ଭିଟାମିନ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଶରୀରରେ ସମ୍ପୂର୍ଣ୍ଣ ଭାବେ ମିଶିଯାଇଥାଏ । ହାଡକୁ ସୁସ୍ଥ ରଖିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯେଉଁ ବ୍ୟକ୍ତିଙ୍କ ଶରୀରରେ ଭିଟାମିନ ଡି ମାତ୍ରା କମ ରହିଥାଏ, ସେମାନଙ୍କୁ ଏହାର ସପ୍ଲିମେଣ୍ଟ ଖାଇବା ଜରୁରୀ ହୋଇଥାଏ । ଭିଟାମିନ ଡି ଅବସାଦ କମ କରିବା ସହ ଶରୀରକୁ ଶକ୍ତି ଦେଇଥାଏ । ଯଦି ଆପଣ ଭିଟାମିନ ଡି ସପ୍ଲିମେଣ୍ଟ ନେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣ ଡାକ୍ତରଙ୍କ ଉପଦେଶ ନେବା ଜରୁରୀ । ହେଲ୍ଥ ଏକ୍ସପର୍ଟଙ୍କ ଅନୁଯାୟୀ ଆପଣ କେଉଁ ସମୟରେ ଭିଟାମିନ ଡି ସପ୍ଲିମେଣ୍ଟ ନେଲେ ଏହା ଶରୀର ପାଇଁ ଅଧିକ ଲାଭକାରୀ ହୋଇଥାଏ ।

ଭିଟାମିନ ଡି ଦିନରେ କେଉଁ ସମୟରେ ନେବା ଉଚିତ୍‌

ହେଲ୍‌ଥ ଏକ୍ସପର୍ଟଙ୍କ ଅନୁଯାୟୀ ଭିଟାମିନ ଡି ସକାଳ ସମୟରେ ନେବା ଜରୁରୀ । ଯଦି ସୂର୍ଯ୍ୟଙ୍କ ଠାରୁ ଭିଟାମିନ ଡି ମିଳୁଛି, ତେବେ ଆମେ ଦିନ ସମୟରେ ହିଁ ଏହାକୁ ନେବା ଜରୁରୀ । ଭିଟାମିନ ଡିର ମୁଖ୍ୟ ସ୍ରୋତ ସୂର୍ଯ୍ୟ ହୋଇଥିବାରୁ ଏହି ଭିଟାମିନର ଅଭାବରେ ଦିନ ସାରା ଦୁର୍ବଳ ଅନୁଭବ ହୋଇଥାଏ ।

ସୂର୍ଯ୍ୟଙ୍କ କିରଣ ବହୁତ ଆବଶ୍ୟକ

ସୂର୍ଯ୍ୟଙ୍କ କିରଣରୁ ଆମେ ସବୁଠୁ ଅଧିକ ପ୍ରାକୃତିକ ଭିଟାମିନ ଡି ପାଇଥାଉ । ଗରମ ସମୟରେ ସପ୍ତାହରେ ୨ ରୁ ୩ ଥର ଯଦି ହାତ ଗୋଡ ଉପରେ ୧୫ ରୁ ୨୦ ମିନିଟ ସୂର୍ଯ୍ୟଙ୍କ କିରଣ ପଡିଲା, ତେବେ ବହୁତ ଭଲ ହୋଇଥାଏ । ସୂର୍ଯ୍ୟଙ୍କ ଠାରୁ ଭିଟାମିନ ଡି ଗ୍ରହଣ କରିବାର ପ୍ରକୃଷ୍ଟ ସମୟ ହେଉଛି ସକାଳ ୧୦ ଟାରୁ ଦିନ ୩ଟା ଯାଏ । ଏହି ସମୟରେ ସୂର୍ଯ୍ୟଙ୍କ ଗରମ ପ୍ରଖର ହୋଇଥାଏ । ଫଳରେ ଶରୀର କମ ସମୟରେ ଭଲ ଭାବେ ଭିଟାମିନ ଡି ଗ୍ରହଣ କରିଥାଏ ।

ଭିଟାମିନ ଡି କେଉଁ ଖାଦ୍ୟରେ ଥାଏ

• ସାଲମନ

• ରେଡ ମିଟ୍‌

• ଅଣ୍ଡା ହଳଦିଆ ଅଂଶ

• କଲିଜା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.