Below header

ରାଇତାରେ ଦହି ସହ ପିଆଜ ଖାଉଛନ୍ତି କି, ତେବେ ଜାଣନ୍ତୁ ଏହା ପେଟ ଭିତରେ ହୁଏ ବିଷ

ରାଇତା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ। ଖାଲି ସେତିକି ନୁହେଁ, ଦହି ଖାଇଲେ ଓଜନ ହ୍ରାସ ହୋଇଥାଏ। ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିଯନ୍ତ୍ରଣ କରିଥାଏ ଦହି।

ପ୍ରତି ଭାରତୀୟଙ୍କ ଖାଇବା ଥାଳିରେ ରାଇତା ଏକ ପ୍ରମୁଖ ଖାଦ୍ୟ। ଦହିରେ ପ୍ରସ୍ତୁତ ଏହି ସାଧାରଣ, ସୁସ୍ବାଦୁ ଖାଦ୍ୟ ଯାହାକୁ ଆପଣ ଭାତ, ବିରିୟାନି, ପରଟା କିମ୍ବା ରୁଟି ସହିତ ଖାଇପାରିବେ। ଦହିରେ ଥିବା ପ୍ରୋ-ବାୟୋଟିକ୍‌ ଗୁଣ ଯୋଗୁଁ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ରାଇତା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ। ଖାଲି ସେତିକି ନୁହେଁ, ଦହି ଖାଇଲେ ଓଜନ ହ୍ରାସ ହୋଇଥାଏ। ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିଯନ୍ତ୍ରଣ କରିଥାଏ ଦହି।

ରାଇତାକୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ଲୋକେ ସେଥିରେ କାକୁଡ଼ି, ଗାଜର ସହିତ କଞ୍ଚାଲଙ୍କା, ପିଆଜ, ଟମାଟୋ, ପୋଦିନା ଓ ଧନିଆପତ୍ର ପକାଇଥାନ୍ତି। କେହି କେହି କେବଳ ଦହିରେ କଳା ଲୁଣ ଓ ଜିରାଗୁଣ୍ଡ ପକାଇଥାନ୍ତି। ଏସବୁ ଜିନିଷ ସ୍ବାସ୍ଥ୍ୟ ପାଇଁ ଭଲ। ହେଲେ ଆପଣ ଜାଣନ୍ତି କି? ‘ରାଇତା’ରେ ଏମିତି ଏକ ଜିନିଷ ରହିଛି ଯାହା ଆପଣ ସ୍ବାସ୍ଥ୍ୟକୁ ବିଗାଡ଼ି ପାରେ। ଆଉ ସେହି ଜିନିଷଟି କ’ଣ ଜାଣନ୍ତି। ତାହା ହେଲା କଞ୍ଚା ପିଆଜ। ଦହିରେ ପିଆଜ ମିଶାଇ ଖାଇଲେ ଏହା ଶରୀରରେ ବିପରିତ ପ୍ରତିକ୍ରିୟା କରାଏ। ଫୁଡ୍‌ ପଏଜନିଂ ଭଳି ସମସ୍ୟା ସୃଷ୍ଟି କରିପାରେ।

ଆୟୁର୍ବେଦରେ ଦହି ଓ ପିଆଜକୁ ବିରୁଦ୍ଧା ଅନ୍ନ ବା ବିପରିତ ଗୁଣ ଥିବା ଖାଦ୍ୟ ଭାବେ ବର୍ଣ୍ଣନା କରାଯାଇଛି। ପିଆଜ ଗରିଷ୍ଠ ଖାଦ୍ୟ ହୋଇଥିବା ବେଳେ ଦହି ଥଣ୍ଡା ଖାଦ୍ୟ। ଦହି ଓ ପିଆଜକୁ ଏକାଠି ଖାଇଲେ, ଏହା ଶରୀରରେ ଥିବା ବାତ, ପୀତ ଓ କଫର ସନ୍ତୁଳକୁ ବିଗାଡ଼ି ଥାଏ।

ଏହାଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଯେମିତି କି ଅମ୍ଳତା, ପେଟ ଫାଙ୍କିବା, ବଦହଜମି ଭଳି ପାର୍ଶ୍ବ ପ୍ରତିକ୍ରିୟା କରାଏ। କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦହି ଓ କଞ୍ଚା ପିଆଜ ଅତ୍ୟଧିକ ଉତ୍ତାପ ସୃଷ୍ଟି କରେ ଏବଂ ବିଷାକ୍ତ ପଦାର୍ଥର ସ୍ତରକୁ ବଢ଼ାଇ ଦିଏ। ଯାହାଦ୍ବାରା ଆଲର୍ଜି, ଚର୍ମ କୁଣ୍ଡାଇ ହେବା, ଏକ୍‌ଜିମା ଓ ସୋରିୟାସିସ୍ ଭଳି ରୋଗ କରାଏ । କେତେକ କ୍ଷେତ୍ରରେ, ଏହି ପ୍ରତିକ୍ରିୟା ଭୟଙ୍କର ହୋଇପାରେ। ଯେମିତି କି ବାନ୍ତି ହେବା ସହିତ ଫୁଡ୍ ପଏଜନ ବା ଖାଦ୍ୟ ବିଷାକ୍ତ ହୋଇଯାଏ।

ପିଆଜରେ ସଲ୍‌ଫୁରିକ୍‌ ଏସିଡର ପରିମାଣ ଅଧିକ ରହିଛି। ଯେଉଁଥି ପାଇଁ ପିଆଜ କାଟିବା ସମୟରେ ଆଖି ପୋଡ଼ିଥାଏ। ଏହାକୁ କଞ୍ଚା ଖାଇବା ଦ୍ବାରା ଏହା ଶରୀରେ ଉତ୍ତେଜନା ବଢ଼ାଇବା ସହିତ ପାଟିକୁ ରାଗ ଲାଗେ। ତେଣୁ କଞ୍ଚା ପିଆଜକୁ ଦହି ସହିତ ଖାଇବାକୁ ବାରଣ କରାଯାଇଛି। ଦହିରେ ପକାଇବା ପୂର୍ବରୁ ଏହାକୁ ହାଲୁକା ଭାବେ ଭାଜିବା ଆବଶ୍ୟକ। ଏହାଦ୍ବରା ପାର୍ଶ୍ବ ପ୍ରତିକ୍ରିୟା କମ୍ ହୋଇଥାଏ। ପିଆଜକୁ ଭାଜିବା ଦ୍ବାରା ଏହାର ପୋଷକ ତତ୍ତ୍ବ ନଷ୍ଟ ହୁଏ ନାହିଁ ବରଂ ଅପକାରୀ ଗୁଣ ଗୁଡ଼ିକୁ କମ୍ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.