Below header

ଆଜି ହିଁ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ ଟେଷ୍ଟି “ପନିର ମାଲପୁଆ”

ଲକ ଡାଉନ କାରଣରୁ ଏବେକା ସମୟରେ ଦୋକାନ ବଜାର ସବୁ ବନ୍ଦ । ଖାଇବା ଦୋକାନ କଥା ତ ଛାଡ଼ନ୍ତୁ । ଏଥିପାଇଁ ଅଧିକାଂଶ ଲୋକ ଘରେ ବିଭିନ୍ନ ଅପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଟ୍ରାଏ କରିବାକୁ ଇଚ୍ଛା କରୁଛନ୍ତି । ଆପଣଙ୍କୁ ନୂଆ ପ୍ରକାର ମିଠା ସ୍ୱାଦ ଚଖାଇବା ପାଇଁ ଆମେ ନେଇ ଆସିଛୁ “ପନିର ମାଲପୁଆ” । ଅନ୍ୟ ମିଠା ଅପେକ୍ଷା ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପ୍ରଦ ମଧ୍ୟ । ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୧. ୧୦୦ ଗ୍ରାମ ପନିର
୨. ୩ ଚାମଚ ଖୁଆ
୩. କିଛି କ୍ଷୀର
୪. ଏକ ଚାମଚ ଚିନି

paneer

୫. କିଛି ଗୁଜୁରାତି ଗୁଣ୍ଡ
୬. ଦୁଇ ଚାମଚ ମଇଦା
୭. ଗୋଟେ ଚାମଚ ଘିଅ
୮. କଟା ଯାଇଥିବା ବାଦାମ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମିକ୍ଚରରେ ପନିର, ଖୁଆ , କ୍ଷୀର ଆଦି ଦେଇ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ଚିନି, ମଇଦା, ଗୁଜୁରାତି ଗୁଣ୍ଡ ଦେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ ।
ଏବେ କଡେଇରେ ଘିଅ ଗରମ କରି ଘୋଳକୁ ଧୀରେ ଧୀରେ ଦେଇ ଛାଣି ଦିଅନ୍ତୁ । ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଚୁଲରେ ରଖନ୍ତୁ ।
ଏବେ ଅନ୍ୟ ଏକ ପ୍ୟାନରେ ପାଣି ଓ ଚିନି ଦେଇ ସିରା ପ୍ରସ୍ତୁତ କରନ୍ତୁ । କେଶର ଓ ଗୁଜୁରାତି ଗୁଣ୍ଡ ଦେଇ ଗାଢ଼ ହେବା ଯାଏଁ ଚୁଲିରେ ବସାନ୍ତୁ । ଏବେ ଛଣା ଯାଇଥିବା ମଲପୁଆକୁ ସିରାରେ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ମାଲପୁଆକୁ ଏକ ପାତ୍ରରେ ରଖି ଡ୍ରାଏଫ୍ରୁଟସ ଦେଇ ଗାର୍ନିଶ କରି ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.