ଇଣ୍ଟରନେଟ୍‌ ବ୍ୟାଙ୍କିଂ ପାସ୍‌ଓ୍ଵାର୍ଡକୁ ନେଇ ପରାମର୍ଶ ଦେଲା SBI, ପ୍ରେରଣା ସାଜିଲେ ଏଲନ୍‌ ମାସ୍କ!

ଏଟିଏମ୍‌ର ପାସଓ୍ଵାର୍ଡ ସବୁବେଳେ ଭିନ୍ନଧରଣ ତଥା ୟୁନିକ ରଖିବା ପାଇଁ ବ୍ୟାଙ୍କ ତରଫରୁ ପରାମର୍ଶ ଦିଆଯାଏ। ଏହା ଦ୍ୱାରା କେହି ଆପଣଙ୍କ ପାସଓ୍ଵାର୍ଡ ଜାଣିପାରିବେ ନାହିଁ କି ଟଙ୍କା ଚୋରି ହେବା ସ୍ଥିତି ଉପୁଜିବ ନାହିଁ। ଲୋକମାନେ ସାଧାରଣତଃ ନିଜ ପରିବାର ଲୋକଙ୍କ ନାଁକୁ ଏଟିଏମ୍‌ର ପାସ୍‌ଓ୍ଵାର୍ଡ ରଖିଥାନ୍ତି। କିନ୍ତୁ ଏହା ସୁରକ୍ଷିତ ହୋଇନଥାଏ। ଜଣେ ଅନୁମାନ କରି ସହଜରେ ଏହାକୁ ଜାଣିପାରିବ। ଲୋକଙ୍କ ଏହି ଅଭ୍ୟାସକୁ ଦେଖି ଏସ୍‌ବିଆଇ ଏକ ଟ୍ଵିଟ୍‌ କରିଛି।

SBI Alert! State Bank of India introduces these free services for ...

ଏସ୍‌ବିଆଇ ଏଭଳି ଟ୍ଵିଟ୍‌ କରିବାର କାରଣ ମଧ୍ୟ ବେଶ୍‌ ରୋଚକ। ରିପୋର୍ଟ ମୁତାବକ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ନିକଟରେ ନିଜ ପୁଅର ନାଁକୁ X Æ A-12 ରଖି ଚର୍ଚ୍ଚାକୁ ଆସିଥିଲେ। ଏଭଳି ନାଁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ଏବେ ସୋସିଆଲ ମିଡିଆରେ ଏଲନ୍‌ଙ୍କ ପୁଅ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସ୍‌ବିଆଇ ମଧ୍ୟ ଏହି ନାଁରୁ ହିଁ ପ୍ରେରିତ ହୋଇଛି।

ଏସ୍‌ବିଆଇ ଟ୍ଵିଟ୍‌ରେ ଫଟୋ ସେୟାର କରି ଲେଖିଛି ଯେ ‘ଆମେ ନିଜ ପାସ୍‌ ଓ୍ଵାର୍ଡ ମଜଭୁତ ଓ ଛୁଆଙ୍କ ନାଁ ନିଆରା ରଖିବାକୁ ପସନ୍ଦ କରୁ। X Æ A-12 ର ବ୍ୟବହାର ଏକ ପାସଓ୍ଵାର୍ଡ ଭାବେ ବ୍ୟବହାର କରିପାରିବା।’ ଏହି ଟ୍ଵିଟ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି ଏସ୍‌ବିଆଇ ଏଲନ୍‌ ମସ୍କଙ୍କ ପୁଅର ନାଁକୁ କେତେ ଗଭୀରତାର ସହ ଯାଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.